ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଭାଇରସ (କୋଭିଡ୍‌-୧୯) ସାରା ବିଶ୍ୱର ଲୋକଙ୍କୁ ପ୍ରଭାବିତ କରିଛି। ଏହି ଭାଇରସ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଏହାକୁ ବିଶ୍ଵ ମହାମାରୀ ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ। ଏହି ଭାଇରସରୁ ସୁରକ୍ଷିତ ରହିବା ପାଇଁ ସାମାଜିକ ଦୂରତା ଗୋଟିଏ ମାତ୍ର ପ୍ରତିଷେଧକ। ଏଥିପାଇଁ ବିଭିନ୍ନ ସ୍ଥାନରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ସରକାର। ବିଭିନ୍ନ ଶିକ୍ଷାନୁଷ୍ଠାନ, ସର୍ବସାଧାରଣ ସ୍ଥାନ ଓ ପ୍ରାଇଭେଟ୍‌ ଅଫିସ୍‌କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯିବା ସହ ଲୋକମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଛି। ଅଧିକାଂଶ କର୍ମଚାରୀମାନେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଓ୍ୱାର୍କ ଫର୍ମ ହୋମ୍‌ ବା ଘରେ ରହି କାମ କରୁଛନ୍ତି। ହେଲେ କିଛି ଲୋକଙ୍କର ଘରେ ରହି କାର୍ଯ୍ୟ କରିବାର ଅଭ୍ୟାସ ନ ଥାଏ। ତେବେ ଆସନ୍ତୁ ଜାଣିବା ଘରେ ରହି ଅନୁରୂପ ଅଫିସ୍‌ ଭଳି କେମିତି କାର୍ଯ୍ୟ କରିବେ।

  • ପ୍ରଥମେ ଆପଣଙ୍କ ଫୋନ୍‌ ଓ ଲାପ୍‌ଟପ୍‌ ଚାର୍ଜ ରଖନ୍ତୁ। କାରଣ ବିଦ୍ୟୁତ୍ କଟିଗଲେ ଆପଣଙ୍କ କାର୍ଯ୍ୟ ପ୍ରଭାବିତ ହେବ ନାହିଁ।
  • ନିଜର କାର୍ଯ୍ୟସ୍ଥଳ ନିର୍ଦ୍ଧାରିତ କରନ୍ତୁ। ଯଦି ନିଜ ରୁମ୍‌ର ବେଡ୍‌ ବା ସୋଫାରେ କାମ କରିବେ, ତେବେ ଆପଣଙ୍କୁ ଅଳସୁଆ ଲାଗିପାରେ। ଏଥିପାଇଁ ଏକ ଓ୍ୱାର୍କ ଟେବୁଲ ରଖନ୍ତୁ ଓ ସେଠାରେ କାର୍ଯ୍ୟ କରନ୍ତୁ।
  • ଘରେ କାର୍ଯ୍ୟ କଲା ବେଳେ ମାନସିକ ଭାବେ ପ୍ରସ୍ତୁତ ହୁଅନ୍ତୁ। ଯେପରି ଆପଣ ଅଫିସ୍‌ରେ କାର୍ଯ୍ୟ କରୁଛନ୍ତି। ଅଫିସ୍‌କୁ ଯିବା ବେଳେ ଯେମିତି ପ୍ରସ୍ତୁତ ହୋଇ ଯାଆନ୍ତି। ସେଭଳି ଭାବେ ଘରେ କାମ କଲା ବେଳେ ପ୍ରସ୍ତୁତ ରହନ୍ତୁ।
  • କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ନିଜ ସକାଳ ଭୋଜନ ଓ ଶୌଚ ସାରି ଦିଅନ୍ତୁ।
  • ନିଜ କାମ କରିବାର ସମୟସୀମା ନିର୍ଦ୍ଧାରଣ କରନ୍ତୁ। ଯେଉଁ ସମୟରେ ଆପଣ କାମ ପାଇଁ ସମୟ ଦେଇପାରିବେ, ପ୍ରତିଦିନ ଉକ୍ତ ସମୟରେ କାମ କରନ୍ତୁ।
  • ମଝିରେ ମଝିରେ ବ୍ରେକ୍‌ ନିଅନ୍ତୁ।
  • ନିଜ ଅଫିସ୍‌ର ଟିମ୍‌ ସହ ଫୋନ୍‌ରେ ଯୋଗାଯୋଗ ରଖନ୍ତୁ। ଆପଣ ଭିଡିଓ କଲ, ଫୋନ୍‌ କଲ, ମେସେଜ୍‌, ହ୍ୱାଟ୍ସଆପ୍‌ରେ ନିଜ ଟିମ୍‌ ସହ ଯୋଗାଯୋଗ କରନ୍ତୁ।

Comment