ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ବ୍ରିଟେନ ରାଜକୁମାର ପ୍ରିନ୍ସ ଚାର୍ଲସ୍‌ ମହାମାରୀ କରୋନା ଭାଇରସ୍‌ରେ ଆକ୍ରାନ୍ତ। ଏନେଇ କ୍ଲେରେନ୍ସ ହାଉସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ସ୍କଟଲାଣ୍ଡରେ ପରୀକ୍ଷା ହୋଇଥିବା ନମୁନା ପଜିଟିଭ୍‌ ଆସିଥିବା ଜଣାପଡ଼ିଛି। ହେଲେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି।

ପ୍ରିନ୍ସ ଚାର୍ଲସ୍‌ ଏବଂ ତାଙ୍କ ପତ୍ନୀ କମିଲା, ଡଚେସ୍‌ ଅଫ୍ କେର୍ଣ୍ଣୱାଲଙ୍କ ସହ ସ୍କଟଲାଣ୍ଡରେ ରହିଥିଲେ। ଉଭୟଙ୍କ ନମୁନା ପରୀକ୍ଷା ହୋଇଥିଲା। ଚାର୍ଲସ୍‌ଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ବେଳେ କମିଲାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ତେବେ ଏହି ଦୁଇ ଜଣ ଏବେ ସ୍କଟଲାଣ୍ଡରେ ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି।

କିଛିଦିନ ତଳେ ପ୍ରିନ୍ସ ଚାର୍ଲସ୍‌ଙ୍କ ସାକ୍ଷାତ ମୋନୈକା ରାଜକୁମାର ଆଲବର୍ଟଙ୍କ ସହିତ ହୋଇଥିଲା। ପରେ ଏଲବର୍ଟଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିଲା।

ବର୍ତ୍ତମାନ ବ୍ରିଟେନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ ଟପିଥିବା ବେଳେ ୮ ହଜାରରୁ ଅଧିକ ଲୋକ ସନ୍ଦିଗ୍ଧ ଅଛନ୍ତି।

LEAVE A REPLY

Please enter your comment!
Please enter your name here