ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ସଂକ୍ରମଣରୁ ନିଜକୁ ଓ ପୂରା ସମାଜକୁ ରକ୍ଷା କରିବା ପାଇଁ ଗୋଟିଏ ମାତ୍ର ଉପାୟ ହେଲା ସାମାଜିକ ଦୂରତା। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂରା ଦେଶ ଲାଗି ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ଲକ୍‌ଡାଉନ୍‌ର ଉଦ୍ଦେଶ୍ୟ ହେଲା କୌଣସି ବ୍ୟକ୍ତି ଅନ୍ୟ କୌଣସି ବ୍ୟକ୍ତି ସଂସ୍ପର୍ଶରେ ଆସିବ ନାହିଁ ଓ କରୋନା ଭୂତାଣୁ ବ୍ୟାପିବ ନାହିଁ। ଏଥିପାଇଁ ପୂରା ଦେଶ ଏବେ ନିଜ ନିଜ ଘରେ ଲକ୍‌ ହୋଇ ରହିଛନ୍ତି। ଯେହେତୁ ଏହି ଲକ୍‌ଡାଉନ୍‌ ସମୟରେ ଘରେ ରହିବାକୁ ପଡ଼ିଥାଏ, ତେଣୁ କିଛି ଲୋକ ପୂରା ଦିନ ଏୟାର କଣ୍ଡିସନ୍‌ରେ ରହିଥା’ନ୍ତି। କିନ୍ତୁ ଅଧିକ ସମୟ ଏସିରେ ରହିଲେ ଶରୀର ଉପରେ ସାଙ୍ଘାତିକ କୁପ୍ରଭାବ ପଡ଼ିଥାଏ। ଜାଣନ୍ତୁ ଏସିରେ ଅଧିକ ସମୟ ରହିଲେ କ’ଣ ସମସ୍ୟା ଦେଖାଦେଇଥାଏ…

ମୁଣ୍ଡବିନ୍ଧା

ଲଗାତାର୍ ଏସିରେ ବସିବା ଦ୍ୱାରା ଶରୀରର ରକ୍ତ ସଞ୍ଚାଳନ ଉପରେ ଏହାର ପ୍ରଭାବ ପଡ଼ିଥାଏ। ଏହା ମାଂସପେଶୀକୁ ଟାଣିଥାଏ ଏବଂ ମୁଣ୍ଡବିନ୍ଧା ପରି ସମସ୍ୟା ହୋଇଥାଏ।

ଷ୍ଟ୍ରେସ୍

ଅଧିକ ସମୟ ଏସିରେ ରହିଲେ ଶରୀର ଥଣ୍ଡା ଜଳବାୟୁକୁ ଆପଣେଇ ଥାଏ। ଫଳରେ ଟିକେ ଗରମକୁ ପଳାଇଲେ ଶରୀର ସହ୍ୟ କରିପାରି ନଥାଏ। ଏପରିସ୍ଥଳେ ଷ୍ଟ୍ରେସ୍ ଅଧିକ ହୋଇଥାଏ।

ସାଇନସ୍ ସମସ୍ୟା

ଏସିରୁ ଆସୁଥିବା ଥଣ୍ଡା ଦ୍ୱାରା ମ୍ୟୁକସ ଗ୍ଲାଣ୍ଡ୍ କଠିନ ହୋଇଯାଏ। ଯେଉଁ ବ୍ୟକ୍ତି ୪ ଘଣ୍ଟାରୁ ଅଧିକ ଏସିରେ ବସନ୍ତି, ତାଙ୍କୁ ସାଇନସ୍ ହେବାର ଆଶଙ୍କା ଥାଏ।

ଆସ୍ଥମା

ଦୀର୍ଘ ସମୟ ପର୍ଯ୍ୟନ୍ତ ଏସିରେ ରହିଲେ ଆସ୍ଥମା ବା ଶ୍ୱାସରୋଗ ହେବାର ଆଶଙ୍କା ବଢ଼ିଥାଏ। ଯଦି ଆପଣଙ୍କୁ ଥଣ୍ଡା, ସର୍ଦ୍ଦି ଏବଂ ଧୂଳିର ଆଲର୍ଜି ଥାଏ, ତେବେ ଏସିରେ ଅଧିକ ସମୟ ରହିଲେ ଏହି ସମସ୍ୟା ବଢ଼ିଥାଏ।

ଶୁଷ୍କ ତ୍ୱଚା

ଏସିର ଥଣ୍ଡା ପବନ ତ୍ୱଚାକୁ ଶୁଖିଲା କରିଦେଇଥାଏ । ଯଦ୍ଵାରା ତ୍ୱଚା କୁଣ୍ଡାଇ ହୋଇଥାଏ ଓ ଶୁଖିଲା ଦିଶିଥାଏ।

ଆଲର୍ଜି

ଏସିର ଫିଲ୍ଟର ଦୀର୍ଘ ଦିନ ଧରି ସଫା ହୋଇ ନ ଥିଲେ ସେଥିରୁ ବାହାରୁଥିବା ଧୂଳି, ବ୍ୟାକ୍ଟେରିଆ କାରଣରୁ ଥଣ୍ଡା, ଭାଇରାଲ୍ ଇନ୍‌ଫେକ୍ସନ ଏବଂ ଆଲର୍ଜି ହୋଇଥାଏ।

ଆଖି ସମସ୍ୟା

ଏସିର ଥଣ୍ଡା ପବନ ଆଖିକୁ ଅଧିକ ଶୁଖିଲା କରିଦିଏ। ଫଳରେ ଆଖି କୁଣ୍ଡାଇ ହେବା, ପାଣି ବାହାରିବା ଏବଂ ଲାଲ୍ ପଡ଼ିବା ପରି ସମସ୍ୟା ଦେଖାଯାଇଥାଏ।

ଗଣ୍ଠିସମସ୍ୟା

ଏସିରୁ ବାହାରୁଥିବା ପବନ ଆଣ୍ଠୁଗଣ୍ଠି ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ବେକ, ହାତ ଓ ଆଣ୍ଠୁରେ କଷ୍ଟ ଅନୁଭୂତ ହୋଇଥାଏ । ଅଧିକ ଥଣ୍ଡାରେ ରହିଲେ ଆଣ୍ଠୁ ବିନ୍ଧା ଓ ପୂରା ଶରୀର ବିନ୍ଧା ହୋଇଥାଏ।

ରକ୍ତ ସଞ୍ଚାଳନ

ଏସିର ଥଣ୍ଡା ହାୱା କାରଣରୁ ରକ୍ତସଞ୍ଚାଳନରେ ଅଧିକ ଅସୁବିଧା ହୋଇଥାଏ।

LEAVE A REPLY

Please enter your comment!
Please enter your name here