ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ସାରା ଦେଶରେ କରୋନା ଭାଇରସ କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସାରା ଦେଶକୁ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର। ତେବେ ବାହାରକୁ ଅତ୍ୟାବଶ୍ୟକ ଜିନିଷ କିଣିବାକୁ ଯାଉଥିଲେ କ’ଣ ସଚେତନତା ଆପଣେଇବାକୁ ପଡ଼ିବ? ଜାଣନ୍ତୁ,

  • ବାହାରକୁ କିଛି ଜରୁରୀ ସାମଗ୍ରୀ କିଣିବାକୁ ଯାଉଥିଲେ ଦୋକାନୀ ବା ଦୋକାନରେ ଥିବା ଅନ୍ୟ ଗ୍ରାହକଙ୍କଠାରୁ ୨ମିଟର ଦୂରତା ରକ୍ଷା କରନ୍ତୁ।
  • ବାହାରକୁ ଯାଇଥିବା ବେଳେ ବେଶୀ ଲୋକଙ୍କ ସହ ମିଳାମିଶା କରନ୍ତୁ ନାହିଁ।
  • ବାହାରକୁ ଜରୁରୀ ଜିନିଷ କିଣିବା ପାଇଁ ଗଲା ବେଳେ ମୁହଁରେ ମାସ୍କ ବା ଏକ ରୁମାଲ ବାନ୍ଧି ବାହାରକୁ ଯାଆନ୍ତୁ।
  • ଟଙ୍କା ଦେବା ବେଳେ ଧ୍ୟାନ ରଖନ୍ତୁ ଯେପରି ଆପଣ ଦୋକାନୀଙ୍କୁ ସ୍ପର୍ଶ କରିବେ ନାହିଁ।
  • ଜିନିଷ କିଣିବାକୁ କୌଣସି ଷ୍ଟୋରକୁ ଯାଇଥିଲେ ଟ୍ରଲି ବ୍ୟାଗ ବ୍ୟବହାର କରନ୍ତୁ ନାହିଁ। ଯଦି ଟ୍ରଲି ବ୍ୟାଗ ବ୍ୟବହାର କରୁଛନ୍ତି, ତେବେ ସେହି ସମୟରେ ଆପଣଙ୍କ ମୁହଁକୁ ଛୁଅନ୍ତୁ ନାହିଁ।

  • ବାହାରୁ ଆଣିଥିବା ପରିବାକୁ ଭଲଭାବେ ଧୁଅନ୍ତୁ। ଅନ୍ୟ ପ୍ୟାକେଟ ସାମଗ୍ରୀକୁ ଖୋଲିବା ପରେ ଭଲ କରି ହାତ ଧୁଅନ୍ତୁ।
  • ବାହାରୁ ଆଣଥିବା ଜିନିଷଗୁଡ଼ିକ ବ୍ୟବହାର କରିବା ପୂର୍ବରୁ ୭୨ ଘଣ୍ଟା ପାଇଁ ସଂରକ୍ଷଣ କରି ରଖନ୍ତୁ। ପ୍ଲାଷ୍ଟିକ୍ ଜିନିଷଗୁଡ଼ିକୁ ବ୍ଲିଚ୍ ସହିତ ସ୍ପ୍ରେ କରନ୍ତୁ ଏବଂ ପୋଛି ସାରିବା ବ୍ୟବହାର କରନ୍ତୁ।
  • ବଜାରରୁ ଘରକୁ ଫେରିବା ପରେ ଭଲ କରି ହାତକୁ ୨୦ସେକେଣ୍ଡ ପର୍ଯ୍ୟନ୍ତ ଧୁଅନ୍ତୁ।
  • କୌଣସି ଅନଲାଇନ ସାଇଟରୁ ଜିନିଷ ମଗାଉଥିଲେ ଜିନିଷ ଦେଉଥିବା ବ୍ୟକ୍ତିଙ୍କଠାରୁ ଦୂରେଇ ରୁହନ୍ତୁ।

କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ସମାଜିକ ଦୂରତା ରକ୍ଷା କରିବା ନିତାନ୍ତ ଆବଶ୍ୟକ। ଏନେଇ ଲୋକଙ୍କୁ ସଚେତନ ରହିବାକୁ ବାରମ୍ବାର ପରାମର୍ଶ ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ବିଶ୍ଵରେ ୪ଲକ୍ଷ୬୫ହଜାର ୯୧୫ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୧ ହଜାର ୩୧ଜମ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Comment