ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ସାରା ବିଶ୍ୱରେ ଏବ କରୋନା ଭାଇରସ୍ ନିଜର କାୟା ବିସ୍ତାର କରିବାରେ ଲାଗିଛି। ତେବେ ଏ ସମ୍ବନ୍ଧରେ ଜାଣନ୍ତୁ, ଦଶଟି ତାଜା ସୂଚନା।

  • କରୋନା ଯୋଗୁଁ ବିଶ୍ୱରେ ମୃତ୍ୟୁ ସଂଖ୍ୟା ୨୭ ହଜାରରେ ପହଞ୍ଚିଲା।
  • ଗ୍ରୀଷ୍ମପ୍ରବାହ ଜାରି ପରେ ଭାରତରେ  କରୋନା ଭାଇରସର ମୃତ୍ୟୁ ହେବ କି ନା ସେ ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ନାହିଁ।
  • କରୋନା ଭାଇରସ୍ ଆକ୍ରାନ୍ତ ଓ ମୃତ୍ୟୁକୁ ନେଇ ଋଷ ଓ ସିଙ୍ଗାପୁର ତଥ୍ୟ ଲୁଚାଇଥିବା ଅଭିଯୋଗ।
  • କରୋନା ଭାଇରସ୍ ଛାଡିଥିବାରୁ ଚୀନକୁ ଗାଳି ଦେବା ୯୦୦ ପ୍ରତିଶତ ବୃଦ୍ଧି ପାଇଛି।
  • ଇଟାଲୀରେ ଶୁକ୍ରବାର ଦିନ ଏକାଥରକେ ୯୭୦ ମୃତ, ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳୁଛି। କରୋନା ଚିକିତ୍ସା କରୁଥିବା ୫୧ ଡାକ୍ତରଙ୍କ ମୃତ୍ୟୁ।
  • କରୋନା ସଂକ୍ରମଣକୁ ଚୀନ ରୋକି ପାରିଥିବା ବେଳେ ଆମେରିକା ଏବେ ସଭା ଉପରେ। ଟ୍ରମ୍ପଙ୍କ ମୁଣ୍ଡ ଖରାପ।
  • ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ  କହିଲେ କରୋନା ୨୦-୨୦ ମ୍ୟାଚ୍ ନୁହେଁ, ଏହା ବହୁ ମାସ ଧରି ଚାଲିବ।
  • କରୋନା ଯୋଗୁଁ ସମଗ୍ର ବିଶ୍ୱ ଆର୍ଥିକ ମାନ୍ଦା ଅବସ୍ଥା ଭିତରେ ପ୍ରବେଶ କଲା। ୨୦୦୯ ଆର୍ଥିକ ସଙ୍କଟ ତୁଳନାରେ ଏହା ଆହୁରି ଗମ୍ଭୀର।
  • ମଇ ମାସ ବେଳକୁ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତେର ଲକ୍ଷ ହୋଇଯାଇପାରେ ବୋଲି ଏକ ଅନୁଧ୍ୟାନରୁ ଜଣାପଡ଼ିଛି।
  • କରୋନା ମହାସଂକଟ ଯୋଗୁଁ ବିଶ୍ୱ ତମାମ କଣ୍ଡୋମ ବିକ୍ରିରେ ଭୀଷଣ ବୃଦ୍ଧି।

Comment