ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା କାରଣରୁ ସାରା ଦେଶ ଏବେ ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ଲକଡାଉନ୍ ହୋଇ ରହିଛି। ତେଣୁ ଏହି ସମୟରେ ଲୋକମାନଙ୍କର ମନୋରଞ୍ଜନ ପାଇଁ ଦୂରଦର୍ଶନରେ ‘ରାମାୟଣ’ ସିରିଏଲ୍ ପୁଣିଥରେ ପ୍ରସାରିତ ହେବ। କେନ୍ଦ୍ର ସୂଚନା ଓ ପ୍ରସାରଣ ବିଭାଗର ମନ୍ତ୍ରୀ ପ୍ରକାଶ ଜାଭେଦକର ଟୁଇଟ୍ କରି ସୂଚନା ଦେଇଛନ୍ତି।

ଶନିବାରଠାରୁ ସକାଳ ୯ଟାରେ ରାମାୟଣର ଗୋଟିଏ ଏପିସୋଡ୍ ଓ ରାତି ୯ଟାରେ ଆଉ ଗୋଟିଏ ଏପିସୋଡ୍ ପ୍ରସାରିତ ହେବ। ଏହିଭଳି ଭାବେ ପ୍ରତିଦିନ ୨ଟି ଏପିସୋଡ୍ ଦୂରଦର୍ଶନରେ ପ୍ରସାରିତ ହେବ ବୋଲି ସେ ଟୁଇଟ୍ କରି ସୂଚନା ଦେଇଛନ୍ତି।

ପ୍ରଖ୍ୟାତ ଫିଲ୍ମ ନିର୍ମାତା ରାମାନନ୍ଦ ସାଗରଙ୍କ ଏହି ସିରିଏଲ୍ ଭାରତୀୟ ଟେଲିଭିଜନରେ ପୂର୍ବରୁ ପ୍ରସାରିତ ହୋଇସାରିଛି। ଏହାକୁ ପ୍ରତ୍ୟେକ ଭାରତବାସୀ ଆଜି ବି ମନେ ରଖିଛନ୍ତି। ଏହି ସିରିଏଲର ରାମ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅରୁଣ ଗୋଭିଲ୍, ସୀତା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଦୀପିକାଙ୍କୁ ଲୋକେ ଆଜି ବି ମନେ ରଖିଛନ୍ତି।

Comment