ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୃଥିବୀରେ ଏମିତି କିଛି ବ୍ରିଜ ରହିଛି ଯାହା ସୁନ୍ଦର ହୋଇଥିଲେ ମଧ୍ୟ ଭୟାନକ। ସେହି ବ୍ରିଜ ଯିବା ତ ଦୂର କଥା ଫଟୋ ବି ଦେଖିଲେ ଭୟ ଲାଗେ। ଆଜି ଆମେ ଆପଣଙ୍କୁ ଏମିତି ଏକ ବ୍ରିଜ ବିଷୟରେ କହିବୁ ଯାହା ବିଷୟରେ ଜାଣିଲେ ଆପଣ ବି ଥରେ ନିଶ୍ଚୟ ଯିବାକୁ ଭାବିବେ।

ଏମିତି ଏକ ବ୍ରିଜ ଅଛି ଚାଇନାରେ। ଏହି ବ୍ରିଜର ଲମ୍ବ ୧୦୦ ଫୁଟ୍‌ ଓ ଚଉଡ଼ା ୫ ଫୁଟ୍‌ ରହିଛି। ଭୂପୃଷ୍ଠରୁ ୧୫୦୦ ମିଟର ଉଚ୍ଚରେ ତୀୟାନମୈନ ପାହାଡ଼ରେ ଏହି ବ୍ରିଜ ନିର୍ମିତ ହୋଇଛି। ଏହି ବ୍ରିଜରେ ଗ୍ଲାସ୍ ବା କାଚ ବ୍ୟବହାର ହୋଇଛି।

ଏହି ବ୍ରିଜକୁ ଦୁନିଆର ସବୁଠୁ ଭୟାନକ ସ୍କାଇଓ୍ୱାକ କୁହାଯାଉଛି। ୨୦୧୬ରେ ଏହି ବ୍ରିଜ ଲୋକଙ୍କ ପାଇଁ ଖୋଲା ଯାଇଥିଲା। ଏହି ବ୍ରିଜର ନାଁ କ୍ରାଇଲିଙ୍ଗ୍‌ ଡ୍ରାଗନ କ୍ଲିଫ୍‌ ରହିଛି। ଏହି ବ୍ରିଜରେ ଚାଲିବା ସମୟରେ ସାମନ୍ୟତମ ଭୁଲ ହେଲେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ନିଶ୍ଚୟ। ଏହି ବ୍ରିଜକୁ ଯିବା ପାଇଁ ଲୋକ ଭୟ କରନ୍ତି, ହେଲେ ଯେଉଁମାନେ ସାହସ ବାନ୍ଧି ଯାଆନ୍ତି ସେମାନରେ ସେହି ସୁନ୍ଦର ଜାଗାର ଉପଭୋଗ କରନ୍ତି।

Comment