ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଇଲେକ୍ଟ୍ରିସିଟି ରେଗୁଲେଟୋରୀ କମିସନ ବା ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଅଧୀନରେ ଦୁଇଟି ଅମ୍ବଡ୍ସମ୍ୟାନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପ୍ରାର୍ଥୀମାନେ ଏପ୍ରିଲ୍ ୧୫ ଯାଏଁ ଆବେଦନ କରିପାରିବେ।

ଯୋଗ୍ୟତା:

  • ସ୍ନାତକ ଡିଗ୍ରୀ ସହ ଲିଗାଲଇଞ୍ଜିନିୟରିଂ/କମ୍ୟୁନିକେସନ/ଫାଇନାନ୍ସ ଇଣ୍ଡଷ୍ଟ୍ରୀ/ସିଭିଲ୍ ସର୍ଭିସ/କନ୍ଜ୍ୟୁମର ଅଫେୟାର୍ସ୍ ଆଦିରେ ଅତିକମରେ ୨୫ ବର୍ଷର ଅଭିଜ୍ଞତା ଥିବ।
  • ଓଡ଼ିଆ ଭାଷାରେ ଜ୍ଞାନ ଥିବା ଆବଶ୍ୟକ।
  • ପ୍ରାର୍ଥୀଙ୍କର କମ୍ୟୁନିକେସନ୍ ସ୍କିଲ୍ ଥିବା ଆବଶ୍ୟକ।

ଆବେଦନ ପ୍ରକ୍ରିୟା:

ଏହି ବିଜ୍ଞପ୍ତି ମାର୍ଚ୍ଚ ୨୧ରେ ପ୍ରକାଶ ପାଇଛି। ଆସନ୍ତା ଏପ୍ରିଲ୍ ୧୫ ସୁଦ୍ଧା ପ୍ରାର୍ଥୀମାନେ ନିଜର ଆବେଦନପତ୍ର ନିମ୍ନଲିଖିତ ଠିକଣାକୁ ପଠାଇଦେବେ। ଅଧିକ ସୂଚନା ପାଇଁ ଅଫିସିଆଲ୍ ଓ୍ୱେବସାଇଟରେ ଲଗ୍ଇନ୍ କରିବାକୁ ବିଜ୍ଞପ୍ତିରେ କୁହାଯାଇଛି।

ଠିକଣା– ସେକ୍ରେଟାରୀ, ଓଇଆରସି, ବିଦ୍ୟୁତ ନିୟମକ ଭବନ, ୟୁନିଟ୍-୮, ଭୁବନେଶ୍ୱର-୧୨

source – www.chakiri.plus

Comment