ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏ ବର୍ଷ ବଢ଼ିବନି ବିଦ୍ୟୁତ୍ ଦର। ଘରୋଇ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍ ଦର ଅପରିବର୍ତ୍ତିତ ରହିବ। ଏନେଇ ଗୁରୁବାର ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି) ପକ୍ଷରୁ ସୂଚନା ଦିଆଯାଇଛି। ଓଇଆରସି ସଚିବ ପ୍ରିୟବ୍ରତ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି।

ଓଇଆରସି ବିଦ୍ୟୁତ୍ ବିଲ୍ ଦେବା ପାଇଁ କରାଯାଉଥିବା ଡିଜିଟାଲ ପେମେଣ୍ଟ ଉପରେ ଗ୍ରାହକଙ୍କୁ ମିଳୁଥିବା ରିହାତିକୁ ବଢ଼ାଇଛନ୍ତି। ଏବେ ଡିଜିଟାଲ ପେମେଣ୍ଟରେ ବିଦ୍ୟୁତ୍ ବିଲ୍ ଦେଲେ ଉପଭୋକ୍ତାଙ୍କୁ ୪ ପ୍ରତିଶତ ରିହାତି ମିଳିବ। ପୂର୍ବରୁ ସେମାନଙ୍କୁ ୩ ପ୍ରତିଶତ ରିହାତି ମିଳୁଥିଲା। ଗ୍ରାମାଞ୍ଚଳ ଉପଭୋକ୍ତା ଠିକ ସମୟରେ ବିଦ୍ୟୁତ୍ ବିଲ୍ ଦେଲେ ସେମାନଙ୍କୁ ୟୁନିଟ ପିଛା ଅତିରିକ୍ତ ୧୦ ପଇସା ଛାଡ଼ ମିଳିବ।

ଅନ୍ୟପଟେ ବିଳମ୍ବରେ ବିଲ୍ ଦେବାବେଳେ ଗ୍ରାହକମାନଙ୍କୁ ଯେଉଁ ଜୋରିମାନା ଦେବାକୁ ପଡୁଥିଲା ତାହାକୁ ଛାଡ଼ କରାଯାଇଛି। ଏହାଛଡ଼ା ଭାରତୀୟ ରେଳବାଇକୁ ବିଦ୍ୟୁତ୍ ଦର ବାବଦକୁ ୟୁନିଟ ପିଛା ୨୫ ପଇସା ରିହାତି ଦିଆଯିବ। ରାଜ୍ୟରେ ରେଳ କ୍ଷେତ୍ରର ବିକାଶ ଲାଗି ଏହି ରିହାତି ଦିଆଯିବ।

ତେବେ ଓଡ଼ିଶାରେ ଏବେ ବିଦ୍ୟୁତ୍ ଦର ପୂର୍ବଭଳି ରହିବ। ପ୍ରଥମ ୫୦ ୟୁନିଟ ବିଦ୍ୟୁତ୍ ପାଇଁ ୟୁନିଟ ପିଛା ଦର ୩ ଟଙ୍କା ରହିବ। ସେହିପରି ୫୦ରୁ ୨୦୦ ୟୁନିଟ ପାଇଁ ୟୁନିଟ ପିଛା ୪ ଟଙ୍କା ଏବଂ ୨୦୦ରୁ ୪୦୦ ୟୁନିଟ ପାଇଁ ୟୁନିଟ ପିଛା ୫ଟଙ୍କା ୮୦ ପଇସା ଦେବାକୁ ପଡ଼ିବ। ୪୦୦ ୟୁନିଟରୁ ଅଧିକ ପାଇଁ ବିଦ୍ୟୁତ୍ ଖର୍ଚ୍ଚ କଲେ ଗ୍ରାହକଙ୍କୁ ୟୁନିଟ ପିଛା ୬ଟଙ୍କା ୨୦ ପଇସା ଦେବାକୁ ହେବ।

Tags: #ElectricityPrice #OERC #EnergyDept #Odisha

Comment