ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

  • କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବଙ୍କ ସାମ୍ବାଦିକ ସମ୍ମିଳନୀ
  • କରୋନାକୁ ନେଇ ଅନେକ ଗୁଜବ
  • ଗୁଜବ ଦୂର କରୁଛନ୍ତି ସରକାର
  • ଲକ୍‌ଡାଉନକୁ ମିଳୁନି ଜନସମର୍ଥନ
  • ବିନା ସହଯୋଗରେ ଯୁଦ୍ଧ ଜିତିବା ଅସମ୍ଭବ
  • କରୋନା ମୁକାବିଲା ପାଇଁ ଗଠନ ହେଲା କମିଟି
  • କରୋନା ଉପରେ ଗବେଷଣା କରିବ କମିଟି
  • ସମସ୍ତଙ୍କୁ ସହଯୋଗ କରିବାକୁ ଆହ୍ୱାନ ଦେଲା କେନ୍ଦ୍ର

କେନ୍ଦ୍ର ସରକାର ଆଜି ସିଧାସଳଖ ଲୋକଙ୍କୁ ଦାୟୀ କରିଛନ୍ତି। ସାଧାରଣ ଲୋକଙ୍କ ସମର୍ଥନ ମିଳୁ ନଥିବାରୁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢ଼ି ଚାଲିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

‘‘କରୋନାକୁ ନେଇ ଅନେକ ଗୁଜବ ହେଉଛି। ବିଭିନ୍ନ ଅପପ୍ରଚାର ମଧ୍ୟ ହେଉଛି। ଏହାକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ ଜାରି ରଖିଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏଥିପାଇଁ ଜନସାଧାରଣ ଦାୟୀ। କରୋନା ମୁକାବିଲା ପାଇଁ ଲକ୍‌ଡାଉନ୍‌ ଘୋଷଣା ହୋଇଥିଲେ ମଧ୍ୟ ଲୋକଙ୍କ ସହଯୋଗ ମିଳୁନି’’, କହିଛନ୍ତି ଲବ ଅଗ୍ରୱାଲ।

କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି। ଏହି କମିଟି କରୋନା ଉପରେ ଗବେଷଣା କରିବ।

‘‘କରୋନା ମୁକାବିଲା ପାଇଁ ସମସ୍ତଙ୍କ ସହଯୋଗ ଦରକାର। ଲୋକଙ୍କ ବିନା ସମର୍ଥନରେ ଏ ଯୁଦ୍ଧ ଜିତିବା ଅସମ୍ଭବ’’, କହିଛନ୍ତି ଲବ ଅଗ୍ରୱାଲ।

ଗତ ୨୪ ଘଣ୍ଟାରେ ୨୦୦ରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି। ୧୨୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩୫ ଛୁଇଁଛି। ମହାରାଷ୍ଟ୍ର, କେରଳ, ଉତ୍ତରପ୍ରଦେଶ ଏବଂ ଦିଲ୍ଲୀ ସମେତ ୨୦ଟି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି।

Comment