ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

 

କୋରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ବନ୍ଦ କରିଦିଆଯାଇଛି। ଏହି ଲକଡାଉନର ଗୋଟିଏ ସପ୍ତାହ ସଫଳତାର ସହିତ ଶେଷ ହୋଇଛି। ଏପରି ସମୟରେ ସମସ୍ତେ ଘରେ ରହି ନିଜ ସମୟ ଅତିବାହିତ କରୁଛନ୍ତି। ବଲିଉଡର ସେଲିବ୍ରିଟିମାନେ ବି ଘରେ ରହି ଘର କାମ କରିବା ସହ ରୋଷେଇ କରି ନିଜ ସମୟ କାଟୁଛନ୍ତି। ଏବଂ ଏହାର ଭିଡିଓ କରି ସୋସିଆଲ ମିଡିଆରେ ମଧ୍ୟ ସେୟାର କରୁଛନ୍ତି।

ଏମିତିରେ ବଲିଉଡ ଅଭିନେତ୍ରୀ ମଲାଇକା ଅରୋଡା ମଧ୍ୟ ଘର କାମ କରୁଛନ୍ତି। ମଲାଇକା ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ନିଜ ଫ୍ୟାନ୍‌ମାନଙ୍କୁ ବେସନ ଲଡୁ ବନେଇବା ଶିଖାଉଛନ୍ତି। ପ୍ରଶଂସନକମାନେ ମଧ୍ୟ ତାଙ୍କ ଭିଡିଓକୁ ଖୁବ୍‌ ପସନ୍ଦ କରିଛନ୍ତି। ମଲାଇକା ଇନ୍‌ଷ୍ଟାରେ ଲେଖିଛନ୍ତି ଯେ, ଏହି ଲକ୍‌ଡାଉନ୍‌ ସମୟରେ ଘରେ ରହି ରୋଷେଇ, ଘର ସଫା, ବ୍ୟାୟାମ ବା ଯୋଗ କରନ୍ତୁ ଓ ସୁସ୍ଥ ରହନ୍ତୁ।

ମଲାଇକା ଏହି ସମୟରେ ଯାହା କିଛି ବି କରୁଛନ୍ତି, ନିଜ ଫ୍ୟାନ୍‌ମାନଙ୍କ ସହ ସେୟାର କରୁଛନ୍ତି। କେବଳ ମଲାଇକା ନୁହେଁ ବଲିଉଡର ଆଗଧାଡ଼ିର ଅଭିନେତା ଓ ଅଭିନେତ୍ରୀମାନେ ଘର କାମ କରି ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ଏହାପୂର୍ବରୁ କ୍ୟାଟ୍ରିନା କୈଫ ନିଜ ବାସନ ମାଜିବା ଭିଡିଓ ସେୟାର କରିଥିଲେ, ଯାହା ପ୍ରଶଂସକଙ୍କୁ ବେଶ୍‌ ପସନ୍ଦ ଆସିଥିଲା।

କେମିତି ବନାଇବେ ବେସନ ଲଡ଼ୁ?

ପ୍ରଥମେ ଗ୍ୟାସ୍‌ରେ ଏକ ପ୍ୟାନ୍‌ ବସାନ୍ତୁ। ଏବେ ଏହି ପ୍ୟାନ୍‌ରେ ଦୁଇ ଚାମଚ ଘିଅ ପକାନ୍ତୁ। ଘିଅ ତରଳି ଗଲେ ଏତିରେ ଗୋଟେ କପ୍‌ ବେସନ ପକାନ୍ତୁ। ବେସନକୁ ଭଲ ଭାବରେ ଭାଜିବେ। ବେସନକୁ ଭାଜିବା ସମୟରେ ଗ୍ୟାସ୍‌ର ଜାଳ ରଖିଥିବେ। ଏହାକୁ ଲଗାତାର ଘାଣ୍ଟୁଥିବେ। ୧୫ ମିନିଟ୍‌ ପରେ ଦେଖିବେ ବେସନ ପତଳା ହୋଇଯିବ। ଏବେ ପ୍ୟାନ୍‌ରୁ ଆଉ ଗୋଟେ ପାତ୍ରରେ ବେସନ କାଢ଼ିଦିଅନ୍ତୁ। ଏବେ ଏତିରେ ଗୁଜୁରାତି ଗୁଣ୍ଡ ମିଶାନ୍ତୁ।

ବେସନ ଥଣ୍ଡା ହୋଇଗଲା ପରେ ଚିନି ଓ ବାଦାମ ପକାଇବେ। ଏବେ ବେସନକୁ ଚିନି ସହ ଭଲ ଭାବରେ ମିଶାଇଦେବେ। ଏବେ ଲଡୁ ଭଳି ଗୋଳା କରିଦେବେ। ଗୁଳା ହୋଇଗଲା ପରେ ୧୫ ମିନିଟ୍‌ ଛାଡ଼ି ଦେବେ। ଏବେ ଏହାକୁ ଖାଇପାରିବେ।

Comment