ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଓଡ଼ିଶାର ପଞ୍ଚମ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଇଛନ୍ତି ରାଜ୍ୟ ସରକାର। ସେ ଭୁବନେଶ୍ୱରରେ କେତେ ତାରିଖରେ କୁଆଡ଼େ ଯାଇଥିଲେ ସେ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।
ଗତକାଲି ଓଡ଼ିଶାର ପଞ୍ଚମ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଥିଲା ଏବଂ ତାଙ୍କ ସମ୍ପର୍କରେ ସରକାରଙ୍କ ପକ୍ଷରୁ ଆଜି ସବିଶେଷ ସୂଚନା ଦିଆଯାଇଛି। ସେ ସର୍ଦ୍ଦି ଓ କାଶରେ ପୀଡିତ ଥିଲେ, ପରବର୍ତ୍ତୀ ସମୟରେ ଶ୍ଵାସକ୍ରିୟାରେ କଷ୍ଟ ଅନୁଭବ ହେବାରୁ ଏମ୍ସରେ ଆଡମିଟ୍ ହୋଇଥିଲେ। #OdishaFightsCorona pic.twitter.com/UtwxjQPdtH
— H & FW Dept Odisha (@HFWOdisha) April 2, 2020
ମାର୍ଚ୍ଚ ୫ – ପ୍ରବଳ ଥଣ୍ଡା ଅନୁଭବ କରିବାରୁ ଆକ୍ରାନ୍ତ ସୂର୍ଯ୍ୟନଗରସ୍ଥିତ ମହାଶକ୍ତି କ୍ଲିନିକକୁ ଯାଇଥିଲେ।
ମାର୍ଚ୍ଚ ୧୨ – କାଶ ଅଧିକ ହେବାରୁ ସେ ପୁଣି ମହାଶକ୍ତି କ୍ଲିନିକ ଆସିଥିଲେ।
ମାର୍ଚ୍ଚ ୨୭ – ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବାରୁ ଅପରାହ୍ଣରେ ସମ୍ ହସ୍ପିଟାଲ ଓପିଡି ଯାଇଥିଲେ।
ମାର୍ଚ୍ଚ ୨୮ – ଏମ୍ସ ଓପିଡି ଯାଇ ଘରକୁ ଫେରି ଆସିଥିଲେ।
ମାର୍ଚ୍ଚ ୩୧ – ଏମ୍ସରେ ଆଡମିଟ୍ ହୋଇ ରହିଥିଲେ। ତାଙ୍କ ରକ୍ତ ନମୁନା ଏବଂ ସ୍ୱାବ୍ ପରୀକ୍ଷା ପାଇଁ ପଠାଯାଇଥିଲା।
ଏପ୍ରିଲ ୧ – ରକ୍ତ ନମୁନା ଓ ସ୍ୱାବ୍ ରିପୋର୍ଟ ପଜିଟିଭ୍ ଆସିଲା।













