ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଯାଜପୁର ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ବ୍ରହ୍ମବରଦା ଅଞ୍ଚଳକୁ ସିଲ୍‌ କରାଯାଇଛି। ଏନେଇ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି। ବ୍ରହ୍ମବରଦାର ୩ କିଲୋମିଟର ପରିଧି ଭିତରେ ଚଳାଚଳ ବନ୍ଦ ରହିଛି।

ଏଥିସହିତ ସଂକ୍ରମିତ ବ୍ୟକ୍ତିଙ୍କୁ କଟକର ଅଶ୍ୱିନୀ ହସ୍ପଟାଲକୁ ସ୍ଥାନାନ୍ତରିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ସଂକ୍ରମିତ ବ୍ୟକ୍ତିଙ୍କ ପରିବାରକୁ ମଧ୍ୟ କ୍ୱାରେଣ୍ଟାଇନରେ ରଖାଯିବ।

ଏବେ କେବଳ ସେହି ଅଞ୍ଚଳରେ  ଔଷଧ ଦୋକାନ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ଦିଲ୍ଲୀ ନିଜାମୁଦିନ ଧାର୍ମିକ ସମ୍ମିଳନୀକୁ ଯାଇଥିବା ଲୋକଙ୍କ ମଧ୍ୟରୁ ୩ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିମାନଙ୍କ ମଧ୍ୟରୁ ବ୍ରହ୍ମବରଦା ଅଞ୍ଚଳର ବ୍ୟକ୍ତ ହେଉଛନ୍ତି ଜଣେ।

Comment