ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଯାଜପୁରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ତତ୍‌ପର ହୋଇ ଉଠିଛି। ବ୍ରହ୍ମବରଦା ଅଞ୍ଚଳକୁ ସିଲ୍‌ କରିବା ପରେ ଏବେ ଜିଲ୍ଲାରେ ଅନ୍ୟ କେତେକ ପ୍ରମୁଖ ଅଞ୍ଚଳକୁ ସଟ୍‌ଡାଉନ ଘୋଷଣା  କରାଯାଇଛି। ଏନେଇ ଜିଲ୍ଲାପାଳ ରଞ୍ଜନ କୁମାର ଦାଶ ସୂଚନା ଦେଇଛନ୍ତି।

ସେହି ଅଞ୍ଚଳ ହେଲା ବ୍ୟାସନଗର, ଚଣ୍ଡିଖୋଲ, ପାଣିକୋଇଲି। ଏହାଛଡ଼ା ସମସ୍ତ ବ୍ଲକ ମୁଖ୍ୟାଳୟ, ନେଉଳପୁର, ଚାରିନଙ୍ଗଳ, ସାଧବପୁରକୁ ମଧ୍ୟ ସଟଡାଉନ ଘୋଷଣା କରାଯାଇଛି। ଏହି ସବୁ ଅଞ୍ଚଳରେ ୪୮ ଘଣ୍ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା ହୋଇଛି। ଅର୍ଥାତ୍‌ ଶନିବାର ରାତି ୮ଟାରୁ ସୋମବାର ରାତି ୮ଟା ଯାଏ ସଟ୍‌ଡାଉନ ଜାରି ରହିବ।

ଯାଜପୁର ଏକ ଶଳ୍ପାଞ୍ଚଳ। ଏଠାରେ ପ୍ରାୟ ୧୦ଟି ଷ୍ଟିଲ ପ୍ଲାଣ୍ଟ ରହିଛି। ତେଣୁ ପ୍ରତିଦିନ ଏଠାକୁ ବହାର ଅଞ୍ଚଳରୁ ଅନେକ ଲୋକ ଆସନ୍ତି। ଏହାକୁ ଦୃଷ୍ଟିରେ ରଖି ସଟ୍‌ଡାଉନ ଘୋଷଣା ହୋଇଛି। ଆଗାମୀ ସମୟରେ ସଟ୍‌ଡାଉନ ପିରିୟଡ ବୃଦ୍ଧି ପାଇପାରେ।

Comment