ଓଡ଼ିଶାଲାଇଭ୍ ବ୍ୟୁରୋ
DRDO ଅଧୀନରେ ଆଇଟିଆଇ ଆପ୍ରେନଟିସିପ୍ ତାଲିମ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଏପ୍ରିଲ୍ ୧୭ ତାରିଖ ଯାଏଁ ଚାଲୁରହିବ। ପୁର୍ବରୁ ଆବେଦନର ଶେଷ ତାରିଖ ଏପ୍ରିଲ ୩ ଥିଲା।
- ଏହି ନିଯୁକ୍ତି କମ୍ବାଟ ଭେହିକିଲ୍ ରିସର୍ଚ୍ଚ ଆଣ୍ଡ୍ ଡେଭେଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ (CVRDE) ଚେନ୍ନାଇ ତରଫରୁ ଦିଆଯିବ
- ସମୁଦାୟ ୧୧୬ ଜଣଙ୍କୁ ନିଯୁକ୍ତି ଦିଆଯିବ
ପଦବୀ:
- କାରପେଣ୍ଟର- ୨ଟି ପଦବୀ
- କମ୍ପ୍ୟୁଟର ଅପରେଟର୍ ଆଣ୍ଡ୍ ପ୍ରୋଗ୍ରାମିଂ ଆସିଷ୍ଟାଣ୍ଟ- ୨୩ଟି ପଦବୀ
- ଡ୍ରଟ୍ସ୍ ମ୍ୟାନ (ମେକାନିକାଲ) – ୫ଟି ପଦବୀ
- ଇଲେକ୍ଟ୍ରିସିଆନ- ୨୦ଟି ପଦବୀ
- ଇଲେକ୍ଟ୍ରୋନିକ୍ସ- ୨ଟି ପଦବୀ
- ଫିଟର- ୩୩ଟି ପଦବୀ
- ମେସିନିଷ୍ଟ- ୧୧ଟି ପଦବୀ
- ମେକାନିକ (ମୋଟର ଭେହିକିଲ) – ୫ଟି ପଦବୀ
- ପେଣ୍ଟର- ୨ଟି ପଦବୀ
- ପ୍ଲମ୍ବର- ୨ଟି ପଦବୀ
- ଟର୍ଣ୍ଣର- ୬ଟି ପଦବୀ
- ଓ୍ୱେଲ୍ଡର- ୬ଟି ପଦବୀ
ଯୋଗ୍ୟତା- ଏନସିଭିଟି ଦ୍ୱାରା ସ୍ୱାକୃତୀପ୍ରାପ୍ତ ଆଇଟିଆଇ ସଂସ୍ଥାରୁ ଡିଗ୍ରା ହାସଲ କରିଥିବେ।ମ (କମ୍ପ୍ୟୁଟର ଅପରେଟର୍, ପ୍ରୋଗ୍ରାମିଂ ଆସିଷ୍ଟାଣ୍ଟ, ପେଣ୍ଟର, ପ୍ଲମ୍ବର, ଓ୍ୱେଲ୍ଡର ବ୍ୟତୀତ)
ବୟସ– ୨୦୨୦ ମାର୍ଚ୍ଚ ୧ ସୁଦ୍ଧା ୧୮ରୁ ୨୭ ବର୍ଷ (ଓବିସି- ୩୦, ଏସସି/ଏସଟି- ୩୨, ଭିନ୍ନକ୍ଷମ- ୩୭)
ଷ୍ଟାଇପେନ୍:
- ସି.ଓ.ପି.ଏ, ପେଣ୍ଟର, ପ୍ଲମ୍ବର, ଓ୍ୱେଲ୍ଡର- ୭୭୦୦ ଟଙ୍କା ମାସିକ
- ଅନ୍ୟ ପଦବୀ ପାଇଁ- ୮୦୫୦ ଟଙ୍କା ମାସିକ
ଆବେଦନ ପ୍ରକ୍ରିୟା:
ପ୍ରାର୍ଥୀମାନେ ଅନଲାଇନ ଆବେଦନ କରିପାରିବେ। ଆବେଦନ କରିବା ପାଇଁ – କ୍ଲିକ୍ କରନ୍ତୁ
ଅଧିକ ସୂଚନା ପାଇଁ rac.gov.inରେ ଲଗ୍ଇନ୍ କରନ୍ତୁ।