ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ମୁକାବିଲା ସମ୍ପର୍କରେ ବିରୋଦୀ ଦଳର ନେତାମାନଙ୍କ ସହ କଥା ହୋଇଛନ୍ତି। ମୋଦୀ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସହ ଫୋନ୍ରେ କଥା ହୋଇଥିଲେ। କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଯାହା ପଦକ୍ଷେପ ନେଇଛନ୍ତି ସେ ବିଷୟରେ କଥା ହୋଇଥିଲେ।
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏବଂ ପ୍ରତିଭା ପାଟିଲଙ୍କୁ ମଧ୍ୟ ଫୋନ୍ କରି କରୋନା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ଏହାସହ ମୁଲାୟମ ସିଂହ ଯାଦବ, ଅଖିଳେଶ ଯାଦବ, ମମତା ବାନାର୍ଜୀ, ନବୀନ ପଟ୍ଟନାୟକ, କେ ଚନ୍ଦ୍ରଶେଖର ରାଓ, ଷ୍ଟାଲିନ୍, ପ୍ରକାଶ ସିଂହ ବାଦଲଙ୍କ ସହ ମଧ୍ୟ ମୋଦୀ କଥା ହୋଇଥିଲେ।
ଏପ୍ରିଲ ୨ରେ ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହୋଇଥିଲେ। ଏହି ଆଲୋଚନା ବେଳେ ବିଭିନ୍ନ ରାଜ୍ୟ ସରକାର ମେଡିକାଲ କିଟ୍, ବକେୟା ଟଙ୍କା ଆଦି ମାଗିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତର କରୋନା ମୁକାବିଲାର ସ୍ଥିତି ସମୀକ୍ଷା କରି ଆସୁଛନ୍ତି। ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି।














