ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନାକୁ ନେଇ ତାଜା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଜାଣନ୍ତୁ, କରୋନା ସମ୍ପର୍କରେ ପ୍ରତିଟି ଅପଡେଟ୍।

ଓଡ଼ିଶାରେ କରୋନା

  • ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧୮୮୮ ନମୁନାରୁ ୩୯ଟି କରୋନା ପଜିଟିଭ୍।
  • ୩୯ ଜଣ କରୋନା ପଜିଟିଭରୁ ୩୧ ଜଣ ଲୋକ ଭୁବନେଶ୍ୱର ସହରର।
  • ଭଦ୍ରକରୁ ୩ ଜଣ, କଟକ, କଳାହାଣ୍ଡି ଓ ଯାଜପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ।
  • ବର୍ତ୍ତମାନ ସୁଦ୍ଧା ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
  • ଭାରତରେ କରୋନା ସଂକ୍ରମିତ ରାଜ୍ୟ ତାଲିକାରେ ଓଡ଼ିଶାର ସ୍ଥାନ ୧୯।

ବିଶ୍ୱ ଓ ଦେଶରେ କରୋନା

  • ବିଶ୍ୱର ୨୦୮ଟି ଦେଶ ଓ ଦୁଇଟି ଜାହାଜକୁ ବ୍ୟାପିଛି କରୋନା ଭାଇରସ୍।
  • ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୭୬,୭୩୨ ଜଣ ଆକ୍ରାନ୍ତ।
  • ୬୯,୫୪୫ ଜଣ ଲୋକ କରୋନାରେ ମୃତ।
  • ଭାରତରେ ୪୦୬୭ ଜଣ ଲୋକ କରୋନା ଆକ୍ରାନ୍ତ।
  • ଭାରତରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୦୯।
  • ବିଶ୍ୱରେ ସଂକ୍ରମିତ ଦେଶ ତାଲିକାରେ ଭାରତର ସ୍ଥାନ ୨୮।

ରାଜ୍ୟରେ ୭ ସ୍ୱତନ୍ତ୍ର କରୋନା ହସ୍ପିଟାଲ

  • ସମ୍ ହସ୍ପିଟାଲରେ ଖୋଲିଲା ରାଜ୍ୟର ଆଉ ଏକ ସ୍ୱତନ୍ତ୍ର କରୋନା ହସ୍ପିଟାଲ।
  • ଖୁବଶୀଘ୍ର ବୁର୍ଲା ଭିମସାର ଓ ବ୍ରହ୍ମପୁର ଏମକେସିଜିରେ କରୋନା ପରୀକ୍ଷା କରାଯିବ।
  • ସାରା ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭ଟି ସ୍ୱତନ୍ତ୍ର କରୋନା ହସ୍ପିଟାଲ ନିର୍ମାଣ।
  • ସାତଟି ହସ୍ପିଟାଲରେ ମୋଟ୍ ୧୪୯୭ଟି ଶର୍ଯ୍ୟା ପ୍ରସ୍ତୁତ।
  • କଟକର ଅଶ୍ୱିନୀ ହସ୍ପିଟାଲ (୧୦୦ଟି ଶଯ୍ୟା)
  • ଯାଜପୁର ଡୁବୁରୀଠାରେ – ଟାଟା ହସ୍ପିଟାଲ (୧୫୦ ଶଯ୍ୟା)
  • କେଉଁଝର ଯୋଡ଼ାଠାରେ – ଟାଟା ହସ୍ପିଟାଲରେ (୫୦ ଶଯ୍ୟା)
  • ଖୋର୍ଦ୍ଧା – କିମ୍ସ ମେଡିକାଲ୍ କଲେଜ (୪୫୭ ଶଯ୍ୟା)
  • ଭୁବନେଶ୍ୱର – ସମ୍ ହସ୍ପିଟାଲ (୫୦୦ ଶଯ୍ୟା)
  • ପୁରୀ – ଆଇଡିଏଚ୍ (୪୦ ଶଯ୍ୟା)
  • ସୁନ୍ଦରଗଡ଼ର ରାଉରକେଲାରେ – ହାଇଟେକ୍ ମେଡିକାଲ୍ କଲେଜ (୨୦୦ଶଯ୍ୟା)

କରୋନା ପାଇଁ ଥାନାରେ ମାମଲା

  • କରୋନା କଟକଣା ନମାନି ଗିରଫ ହେଲେ ୪୨୭ ଜଣ।
  • ଥାନାରେ ୨୪୯ଟି ମାମଲା ରୁଜୁ।
  • ୨୩୩ ଜଣ ଲୋକ ଲକଡାଉନ୍ ନିୟମ ଭାଙ୍ଗିଥିବାରୁ ମାମଲା ରୁଜୁ କଲା ପୋଲିସ୍।
  • ସୋସିଆଲ୍ ମିଡିଆରେ ଗୁଜବ କରି ୫ ଗିରଫ।

ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହାୟତା

  • କରୋନା ପାଇଁ ସ୍ୱୟଂ ସହାୟକ ଗାଷ୍ଠୀଙ୍କ ସହାୟତା ବଖାଣିଲେ ରାଜ୍ୟ ସରକାର।
  • ମହିଳାମାନେ ୧୦ ଲକ୍ଷ ମାସ୍କ ପ୍ରସ୍ତୁତ କରି ବାଣ୍ଟିଛନ୍ତି କହିଲେ ରାଜ୍ୟ ସରକାର।
  • ଗ୍ରାମ ପଞ୍ଚାୟତ ଓ ପୌରାଞ୍ଚଳରେ ରନ୍ଧାଖାଦ୍ୟ ବାଣ୍ଟୁଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା।
  • ମହିଳାମାନଙ୍କୁ ଘରର ପୋଲିସ୍ କହିଲେ ରାଜ୍ୟ ସରକାର।
  • ମହିଳାମାନେ ଚାହିଁଲେ ଘରେ କରୋନା ଭାଇରସ୍ ପଶିପାରିବନି।
  • ସୁସ୍ଥ ରହିବା ସହ ସୁରକ୍ଷିତ ରହିବାକୁ କହିଲେ ରାଜ୍ୟ ସରକାର।

Comment