ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଘରୁ ବାହାରକୁ ବାହାରିଲେ ସମସ୍ତେ ପିନ୍ଧିବେ ମାସ୍କ। ଏପ୍ରିଲ ୯ ତାରିଖରୁ ଏହି ନିୟମ କଡ଼ାକଡ଼ି ହେବ। ରାଜ୍ୟ ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ତେବେ ଏବେ କିନ୍ତୁ ସମସ୍ତଙ୍କର ଗୋଟିଏ ଚିନ୍ତା, ମାସ୍କ ଆସିବ କେଉଁଠୁ? କାରଣ ମାର୍କେଟ ତ ବନ୍ଦ ଅଛି। ଯେଉଁ ଦୋକାନ ଖୋଲା ଅଛି ସେଠି ମାସ୍କ ମିଳିବା ଅସମ୍ଭବ। ଜନ ସାଧାରଣଙ୍କ ଏହି ଚିନ୍ତାକୁ ଦୂର କରିଛନ୍ତି ଆନ୍ତର୍ଜାତିକ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏକ ଭିଡିଓ ମାଧ୍ୟମରେ ଘରେ କେମିତି ମାସ୍କ ପ୍ରସ୍ତୁତ କରିହେବ ସେନେଇ ସେ ବାର୍ତ୍ତା ଦେଇଛନ୍ତି।

ଏଥିସହ ସେ ଏହି ବାର୍ତ୍ତା ସମସ୍ତଙ୍କ ନିକଟରେ ପହଞ୍ଚାଇବା ପାଇଁ ପୁରୀ ବେଳାଭୂମିରେ ମଧ୍ୟ ଏକ ବାଲୁକା ତିଆରି କରିଛନ୍ତି।

ଅନ୍ୟପକ୍ଷରେ ମାସ୍କ ନଥିଲେ ମୁହଁରେ ଗାମୁଛା, ରୁମାଲ ଏବଂ ଓଢ଼ଣୀ ପକାଇ ବାହାରକୁ ବାହାରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ମୁହଁ ଓ ନାକ ଯେମିତି ଘୋଡାଇ ହୋଇ ରହିବ ସେଥିପ୍ରତି ଧ୍ୟାନ ଦେବାକୁ ସରକାର କହିଛନ୍ତି।

corona

LEAVE A REPLY

Please enter your comment!
Please enter your name here