ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ସିଲ୍ ହେଲା ଭୁବନେଶ୍ଵରର ସତ୍ୟନଗର ଅଞ୍ଚଳ। ସତ୍ୟନଗର ଛକରୁ କାଳୀ ମନ୍ଦିର ଛକ ଯାଏଁ କଣ୍ଟେନେମେଣ୍ଟ ଅଞ୍ଚଳ ଘୋଷଣା କରିଛି ଭୁବନେଶ୍ଵର ମହାନଗର ନିଗମ। ସେହିପରି କାଳୀମନ୍ଦିର ଛକରୁ ପତଞ୍ଜଳି ଷ୍ଟୋର ଛକ, ପତଞ୍ଜଳି ଷ୍ଟୋର ଛକରୁ ବ୍ୟାଙ୍କ ଅଫ ଇଣ୍ଡିଆ ଅଫିସର୍ସ କ୍ଵାଟର୍ସ ଛକ, ଅଫିସର୍ସ କ୍ଵାଟର୍ସ ଛକରୁ ବିଗ୍‌ବଜାର ଛକକୁ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏହାସହ ସତ୍ୟ ନଗରରୁ ବିଗ୍‌ବଜାର ଦକ୍ଷିଣ ପଟ ରାସ୍ତା ଓ pwd ଡିଭିଜନ-୩ ଅଫିସ ଓ କ୍ଵାଟର୍ସ ପରିସର କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା ହୋଇଛି। ଏନେଇ ବିଏମ୍‌ସି ଟୁଇଟ କରି ସୂଚନା ଦେଇଛି।

ଏଣିକି ସତ୍ୟନଗର ଅଞ୍ଚଳ ଭିତରକୁ ଯିବାକୁ କାହାକୁ ଅନୁମତି ଦିଆଯିବ ନାହିଁ। ସତ୍ୟନଗର ଅଞ୍ଚଳରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅଫିସ ବନ୍ଦ ରହିବ। ଏହାସହ ସଂପୃକ୍ତ ଅଞ୍ଚଳର ଲୋକଙ୍କୁ ଘରୁ ବାହାରିବା ଉପରେ କଟକଣା ଜାରି କରାଯାଇଛି। ସତ୍ୟନଗର ବାସିନ୍ଦାଙ୍କ ଜରୁରୀ ଆବଶ୍ୟକତା ପୂରଣ କରିବା ଲାଗି ବିଏମ୍‌ସି ପକ୍ଷରୁ ଏକ ଟିମ ଗଠନ କରାଯାଇଛି। ଏହାସହ ସଂପୃକ୍ତ ଅଞ୍ଚଳର ଲୋକଙ୍କ ପାଇଁ ହେଲ୍ପ ଲାଇନ ନମ୍ବର ୧୯୨୯ ଜାରି କରାଯାଇଛି। ଏହି ନମ୍ବରରେ ଫୋନ କରି ଲୋକେ ନିଜ ଆବଶ୍ୟକତା ପୂରଣ କରିବା ସହ ଅନ୍ୟ ସମସ୍ୟା ବିଷୟରେ ଜଣାଇ ପାରିବେ।

ଗତ ମଙ୍ଗଳବାର ଭୁବନେଶ୍ୱରସ୍ଥିତ ଇଣ୍ଟେଲିଜେନ୍ସ ବ୍ୟୁରୋ ବା କେନ୍ଦ୍ରୀୟ ଗୁଇନ୍ଦା କାର୍ଯ୍ୟାଳୟକୁ ସିଲ୍‌ କରାଯାଇଥିଲା। ଏହି ସଂସ୍ଥାର ଜଣେ ଅଧିକାରୀ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଅଧିକାରୀଙ୍କ ଘର ସତ୍ୟନଗର ଅଞ୍ଚଳରେ ହୋଇଥିବା କରୋନା ସଂକ୍ରମଣ ଆଶଙ୍କାରେ ବିଏମ୍‌ସି ଆଜି ଏହି ଅଞ୍ଚଳକୁ ସିଲ୍ କରିଛି।

Comment