ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ସାଉଥ୍ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ଆଗାମୀ ଫିଲ୍ମ ‘ପୁଷ୍ପା’ର ଫାଷ୍ଟଲୁକ୍ ବର୍ତ୍ତମାନ ସାମନାକୁ ଆସିଛି। ନିଜେ ଅଲୁ ଅର୍ଜୁନ୍ ଟୁଇଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି।

ଏହି ଫଟୋରେ ଅଲୁ ଅର୍ଜୁନଙ୍କୁ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଛି। ସେ ଭୂଇଁରେ ବସି ରହିଥିବାବେଳେ ତାଙ୍କ ପାଖରେ ପୋଲିସ୍ ଛିଡ଼ା ହୋଇଥିବା ପୋଷ୍ଟରରେ ଦେଖିବାକୁ ମିଳିଛି। ଏଥିସହିତ ତାଙ୍କ ପଛରେ ଚନ୍ଦନ କାଠ ପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଛି। ଫଳରେ ଫିଲ୍ମଟି ଚନ୍ଦନ କାଠ ଚୋରା ଚାଲାଣ ବିଷୟକୁ ନେଇ ଗଠନ ହୋଇଥିବା ଅନୁମାନ କରାଯାଉଛି।

ଏଥିସହିତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଫିଲ୍ମରେ ସାଉଥ ସୁନ୍ଦରୀ ରଶ୍ମିକା ମାନ୍ଧାନା ମଧ୍ୟ ନଜର ଆସିବେ। ଗୋଟିଏ ପରେ ଗୋଟିଏ ସୁପରହିଟ୍ ଫିଲ୍ମରେ ଅଭିନୟ କରିଥିବା ରଶ୍ମିକା ଏହି ଫିଲ୍ମରେ ମଧ୍ୟ ଧମାଲ ଜାରି ରଖିବେ ବୋଲି କୁହାଯାଉଛି।

ଏହି ଫିଲ୍ମଟି ଏକାସାଙ୍ଗରେ ତେଲୁଗୁ, ତାମିଲ୍, ମାଲାୟାଲାମ୍, କନ୍ନଡ ଓ ହିନ୍ଦୀ ଭାଷାରେ ରିଲିଜ ହେବ। ଫିଲ୍ମର ନିର୍ଦ୍ଦେଶନା ଭାର ସୁକୁମାର ସମ୍ଭାଳିଥିବାବେଳେ ଏଥିରେ ବିଜୟ ସେତୁପତି, ପ୍ରକାଶ ରାଜ ମଧ୍ୟ ଅଭିନୟ କରୁଥିବା ନଜର ଆସିବେ।

Comment