ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

corona test 2

ଓଡ଼ିଶାରେ ଆଉ ୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୪ଜଣଙ୍କ ମଧ୍ୟରେ ଜଣେ କଳାହାଣ୍ଡି ଜିଲ୍ଲାର ବୋଲି ଜଣା ପଡ଼ିଛି। ଅନ୍ୟ ୩ଜଣ କେଉଁ ଅଞ୍ଚଳର ତାହା ଜଣା ପଡ଼ିନାହିଁ। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟୁଇଟ କରି ସୂଚନା ଦେଇଛି।

ଗୁରୁବାର ବିଳମ୍ବିତ ରାତିରେ ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲାରୁ ପୁର୍ବରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଦ୍ଵିତୀୟ କରୋନା ଆକ୍ରାନ୍ତ ପ୍ରଥମ କରୋନା ଆକ୍ରାନ୍ତଙ୍କ ସହ କ୍ରିକେଟ ଖେଳିବା ସଂସ୍ପର୍ଶରେ ଆସିଥିଲେ। ତେବେ ତାଙ୍କୁ କ୍ଵାରେଣ୍ଟାଇନରେ ରଖାଯାଇଥିବା ବେଳେ ଗୁରୁବାର ତାଙ୍କ କୋରନା ରିପୋର୍ଟ ପଜିଟିଭ୍ ଆସିଛି। ଏନେଇ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଜଗ୍ଗୁ ଅଗ୍ରଓ୍ଵାଲ ସୂଚନା ଦେଇଛନ୍ତି।

corona

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬ଜଣ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଗୁରୁବାର ଅପରାହ୍‌ଣରେ ଢେଙ୍କାନାଳରୁ ଜଣେ ମହିଳା କରୋନା ଆକ୍ରନ୍ତ ଚିହ୍ନଟ ହୋଇଥିଲେ। ସେହିପରି ପଶ୍ଚିମବଙ୍ଗ ମେଦିନୀପୁର ଅଞ୍ଚଳର ଜଣେ ୬୯ ବର୍ଷୀୟ ବ୍ୟକ୍ତି ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ସୁସ୍ଥ  ହୋଇ ଘରକୁ ଫେରିଛନ୍ତି।

Comment