ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

 କରୋନା ପାଇଁ ବଢ଼ିପାରେ ଲକଡାଉନ୍। ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କାଳରେ ଏନେଇ ସଙ୍କେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ମୋଦୀ କହିଛନ୍ତି ଯେ, ଦେଶବାସୀ ଲକଡାଉନ୍ ଓ ସାମାଜିକ ଦୂରତ୍ୱକୁ ଠିକ୍ ଭାବେ ପାଳନ କରିଛନ୍ତି। ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ତଥା ସେମାନଙ୍କର ଚିନ୍ତା କରି ସରକାର ନିଜର ଦାୟିତ୍ୱ ଠିକ୍ ଭାବେ ତୁଲାଇବ।ଏପରିକି ଶନିବାର ରାତିରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିବେ ଏବଂ ଏହି ସମ୍ବୋଧନ କାଳରେ ସେ ଏପ୍ରିଲ୍ ୧୪ ତାରିଖ ପରେ ଆଉ ଦୁଇ ସପ୍ତାହ ଲକଡାଉନ୍ ବଢ଼ାଇବା ଘୋଷଣା କରିବେ ବୋଲି ସୂଚନା ମିଳିଛି।

ଅନ୍ୟପଟେ ଲକଡାଉନ୍ ଅବଧି ବୃଦ୍ଧି କରିବା ଖବରକୁ ଆହୁରି ମଜଭୁତ୍ କରିଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଟୁଇଟ୍। କେଜରିୱାଲ୍ ଟୁଇଟ୍ କରି ଲେଖିଛନ୍ତି, “ପ୍ରଧାନମନ୍ତ୍ରୀ ଲକଡାଉନ୍ ବୃଦ୍ଧି କରିବା ନିଷ୍ପତ୍ତି ନେଇ ଠିକ୍ କରିଛନ୍ତି। ବର୍ତ୍ତମାନ ଅନ୍ୟ ବିକଶିତ ଦେଶ ତୁଳନାରେ ଭାରତର ସ୍ଥିତି ଭଲ ଅଛି। ଏହା କେବଳ ଲକଡାଉନ୍ ପାଇଁ ସମ୍ଭବ ହୋଇପାରିଛି। ଯଦି ଏବେ ଲକଡାଉନ୍ ଶେଷ ହୋଇଯାଏ ତେବେ ସବୁ କିଛି ଶେଷ ହୋଇଯିବ।”corona

ଶନିବାର ପ୍ରଧାନମନ୍ତ୍ରୀ ମୋଦୀ ଲକଡାଉନ୍ ଅବଧି ବୃଦ୍ଧି କରାଯିବାକୁ ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଆଲୋଚନା କାଳରେ ୧୦ ଜଣ ମୁଖ୍ୟମନ୍ତ୍ରୀ ଲକଡାଉନ୍ ଅବଧି ବୃଦ୍ଧି କରିବାକୁ ସୁପାରିସ୍ କରିଛନ୍ତି।

Comment