ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଶୁକ୍ରବାର ରାତିରେ ଆଉ ଦୁଇଜଣ କରୋନା ପଜଟିଭ୍ ଚିହ୍ନଟ ହୋଇଥିଲେ। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଛୁଇଁଥିଲା। ଶନିବାର ଏହି ଦୁଇ ଆକ୍ରାନ୍ତଙ୍କ ବିଷୟରେ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର।corona virus

ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଏହି ଦୁଇଜଣ ଆକ୍ରାନ୍ତ ଭୁବନେଶ୍ୱର ୟୁନିଟ୍- ୪, ମଧୁସୂଦନ ନଗର ଅଞ୍ଚଳରେ ରହୁଥିଲେ।

ଏହି ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୨୩ ବର୍ଷୀୟ ଯୁବକ ହୋଇଥିବାବେଳେ ଅନ୍ୟଜଣେ ୩୫ ବର୍ଷୀୟ ମହିଳା ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ତେବେ ତାଙ୍କୁ କିଭଳି କରୋନା ଭାଇରସ୍ ସଂକ୍ରମଣ ହେଲା ଏବଂ ତାଙ୍କର ବିଦେଶ କିମ୍ବା ଅନ୍ୟ ରାଜ୍ୟକୁ ଟ୍ରାଭେଲ୍ ହିଷ୍ଟ୍ରି ଅଛି କି ନାହିଁ ସେନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନାହିଁ।corona

ଏହି ଦୁଇ ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଛୁଇଁଛି। ସେଥିମଧ୍ୟରୁ ୧୨ ଜଣ ସୁସ୍ଥ ହୋଇଥିବାବେଳେ ଜଣକର ମୃତ୍ୟୁ ଘଟିଛି। ବର୍ତ୍ତମାନ ରାଜ୍ୟରେ ୩୭ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି।

Comment