ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ପାଇଁ ଏଥର ବନ୍ଦ ହେବ ରାଜଧାନୀ ପ୍ରତିଷ୍ଠା ଦିବସ। ରବିବାର ଏନେଇ ରାଜଧାନୀ ପ୍ରତିଷ୍ଠା ଦିବସ କମିଟି ତରଫରୁ ସୂଚନା ଦିଆଯାଇଛି।

କରୋନା ପାଇଁ ଏବେ ଓଡ଼ିଶାଠାରୁ ଆରମ୍ଭ କରି ବିଶ୍ୱରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ଏଭଳି ପରିସ୍ଥିତିରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କରିବା ସମ୍ଭବ ନୁହେଁ। ତେଣୁ ଏହାକୁ ଚଳିତ ବର୍ଷ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ରାଜଧାନୀ ପ୍ରତିଷ୍ଠା ଦିବସ କମିଟି। ଏଥିସହିତ କରୋନା ସଙ୍କଟ ଶେଷ ହେଲେ ସମୟ ଦେଖି ଏହି ମହୋତ୍ସବ ଆୟୋଜନ କରିବା ନେଇ କମିଟି ପୁଣିଥରେ ବିଚାର କରିବ ବୋଲି କୁହାଯାଇଛି।

୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଭୁବନେଶ୍ୱର ଓଡ଼ିଶାର ନୂଆ ରାଜଧାନୀ ଭାବେ ମାନ୍ୟତା ଲାଭ କରିଥିଲା। ଏହିଦିନ ପ୍ରଧାନମନ୍ତ୍ରୀ ଜବହାରଲାଲ୍ ନେହେରୁ ଶିଳାନ୍ୟାସ କରି ଏହାକୁ ଉଦଘାଟନ କରିଥିଲେ। ଏହି ଦିନକୁ ସ୍ମରଣୀୟ କରି ରଖିବାକୁ ପ୍ରତିବର୍ଷ ଏହି ତାରିଖରେ ରାଜଧାନୀ ପ୍ରତିଷ୍ଠା ଦିବସ ଆୟୋଜିତ ହୋଇଆସୁଅଛି।

ରାଜ୍ୟ ସରକାର ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ପ୍ରତିବର୍ଷ ବେସାମରିକ ପରେଡ୍, ଆଲୋକସଜ୍ଜା, ଓ ରାଜଧାନୀ ମହୋତ୍ସବ ଆଦିର ଆୟୋଜନ କରି ଏହି ଦିନଟିକୁ ପାଳନ କରାଯାଇଥାଏ। ହେଲେ ଚଳିତବର୍ଷ କରୋନା କାରଣରୁ ଏହାକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

Comment