ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନାକୁ ନେଇ ତାଜା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଯେଉଁଥିରେ ଲୋକମାନଙ୍କ ପ୍ରତି ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି।
ଓଡ଼ିଶାରେ କରୋନା
- ରାଜ୍ୟରେ ଚିହ୍ନଟ ହେଲେ ଆଉ ୫ ଜଣ କରୋନା ପଜିଟିଭ୍।
- ଭୁବନେଶ୍ୱରରୁ ୪ ଓ ଯାଜପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ।
- ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଲା।
- ଭୁବନେଶ୍ୱରର ଚାରିଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ବମିଖାଲ ଓ ଜଣେ ଝାରପଡ଼ା ଅଞ୍ଚଳର।
- ଗତକାଲି ମୋଟ ୫୬୪ଟି ନମୁନା ପରୀକ୍ଷଣ ହୋଇଛି ସେଥିରୁ ୫ ଜଣ ପଜିଟିଭ୍ ଥିବା ଜଣାପଡ଼ିଛି।
- ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୧।
- ରାଜ୍ୟରେ କରୋନାରୁ ସୁସ୍ଥ ହେବା ରୋଗୀଙ୍କ ସଂଖ୍ୟା ୧୮।
- ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
ବିଶ୍ୱ ଓ ଦେଶରେ କରୋନା
- ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୧୦ ହଜାର ଟପିଲା।
- ବର୍ତ୍ତମାନ ସୁଦ୍ଧା ମୋଟ ୧୦,୩୬୩ ଜଣ ଲୋକ କରୋନା ଆକ୍ରାନ୍ତ।
- ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୩୩୯କୁ ବୃଦ୍ଧି।
- ଭାରତରେ ୧୦୩୬ ଜଣ ଲୋକ କରୋନା କବଳରୁ ସୁସ୍ଥ ହୋଇଛନ୍ତି।
- ବର୍ତ୍ତମାନ ସୁଦ୍ଧା ୨,୩୧,୯୦୨ଟି ସାମ୍ପୁଲ ପରୀକ୍ଷଣ ହୋଇଛି।
- ବିଶ୍ୱରେ ୧୯,୩୦,୨୭୫ ଜଣ ଲୋକ କରୋନା ଆକ୍ରାନ୍ତ।
- ବିଶ୍ୱରେ କରୋନାଜନିତ ମର୍ତ୍ୟୁସଂଖ୍ୟା ୧,୧୯,୮୧୫।

ରାଜ୍ୟ ସରକାରଙ୍କ ଜରୁରୀ ସୂଚନା
- ମୁଣ୍ଡପିଛା ୫ କେଜି ଚାଉଳ ଓ କାର୍ଡ ପିଛା ୧ କେଜି ହରଡ ଡାଲି ମାଗଣାରେ ଦେବେ ସରକାର।
- ୩ ମାସ ପାଇଁ ମାଗଣା ରାସନ୍ ଯୋଗାଇବେ ସରକାର।
- ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍, ଅନ୍ତୋଦୟ, ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ୍ ଅନୁସାରେ ରାସନ୍ ମିଳିବ।
- କୃଷକମାନଙ୍କ ସମସ୍ୟା ସମାଧାନ ପାଇଁ ହେଲପଲାଇନ୍ ନମ୍ବର ଜାରି।
- କୃଷକମାନେ ୧୮୦୦୧୦୨୫୧୬୬କୁ ଡାଏଲ୍ କରି ବିଭିନ୍ନ ସହାୟତା ପାଇପାରିବେ।
- କୃଷି କାର୍ଯ୍ୟ ପାଇଁ ଲକଡାଉନ୍ ନିୟମ ଛାଡ଼ କଲେ ରାଜ୍ୟ ସରକାର।
- ବିହନ ସାର, କୃଷି ସାମଗ୍ରୀ ଦୋକାନ ଖୋଲା ରହିବ।








କରୋନାକୁ ନେଇ ତାଜା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଯେଉଁଥିରେ ଲୋକମାନଙ୍କ ପ୍ରତି ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି।









