ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଓଡ଼ିଶା ପାଇଁ ଆସିଛି ଭଲ ଖବର। କରୋନା ପାଇଁ ଗତ ବୁଧବାର ଓ ଗୁରୁବାର ପରୀକ୍ଷା ହୋଇଥିବା ସମସ୍ତ ନମୁନା ନେଗେଟିଭ୍ ଆସିଛି। ଏହି ଦୁଇ ଦିନ ମଧ୍ୟରେ ମୋଟ ୨ ହଜାରରୁ ଅଧିକ ନମୁନା ପରୀକ୍ଷଣ ହୋଇଥିଲେ ସୁଦ୍ଧା ଜଣେ ବି ପଜିଟିଭ୍ ଚିହ୍ନଟ ହୋଇନାହାନ୍ତି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଗୁରୁବାର ମୋଟ ୮୪୩ ଟି ନମୁନା ପରୀକ୍ଷଣ ହୋଇଥିଲା। ଏହା ମଧ୍ୟରୁ ଗୋଟିଏ ବି ନମୁନା ପଜିଟିଭ୍ ଚିହ୍ନଟ ହୋଇନାହିଁ। ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବଭଳି ସେହି ୬୦ରେ ସ୍ଥିର ରହିଛି।

ଏଥିସହିତ ୧୫ ତାରିଖରେ ମଧ୍ୟ ରେକର୍ଡ ସଂଖ୍ୟକ ୧୧୯୭ଟି ନମୁନା ପରୀକ୍ଷଣ ହୋଇଥିବାବେଳେ ସବୁ ନମୁନା ନେଗେଟିଭ୍ ଆସିଥିଲା। ଏହିଭଳି ଭାବେ ଏହି ଦୁଇ ଦିନରେ ମୋଟ ୨୦୪୦ଟି ନମୁନା ପରୀକ୍ଷଣ ହୋଇଥିଲେ ହେଁ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟି ନାହିଁ।
ବର୍ତ୍ତମାନ ଓଡ଼ିଶାରେ ମୋଟ ୭୫୭୭ଟି ନମୁନା ପରୀକ୍ଷଣ ହୋଇଛି। ସେଥିମଧ୍ୟରୁ କେବଳ ୬୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ମାତ୍ର ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି। ବର୍ତ୍ତମାନ ରାଜ୍ୟରେ ୪୦ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।













