ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନାକୁ ନେଇ ତାଜା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଜାଣନ୍ତୁ, ଶୁକ୍ରବାର ସୁଦ୍ଧା ବିଶ୍ୱଠାରୁ ଆରମ୍ଭ କରି ଦେଶ ଓ ରାଜ୍ୟରେ କଣ ରହିଛି କରୋନାର ସ୍ଥିତି।
ବିଶ୍ୱ ଓ ଦେଶରେ କରୋନା
- ଭାରତରେ ବର୍ତ୍ତମାନ ସୁଦ୍ଧା ମୋଟ ୩,୦୨, ୯୫୬ ନମୁନା ପରୀକ୍ଷା ହୋଇଛି।
- ସେଥିମଧ୍ୟରୁ ୧୩,୩୮୭ ଜଣ କରୋନା ପଜିଟିଭ୍।
- କରୋନା କବଳରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୭୪୮ ।
- କରୋନା ଯୋଗୁ ଏପର୍ଯ୍ୟନ୍ତ ଦେଶରେ ୪୩୭ ଜଣ ପ୍ରାଣ ହରାଇଛନ୍ତି।
- ବର୍ତ୍ତମାନ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧, ୨୦୧।
- ବିଶ୍ୱର ୨୧୦ଟି ଦେଶ ଓ ଦୁଇଟି ଜାହାଜ କରୋନା ଆକ୍ରାନ୍ତ।
- ବିଶ୍ୱରେ ୨୧,୯୨,୫୬୯ ଜଣ ଲୋକ କରୋନା ପଜିଟିଭ୍।
- ବିଶ୍ୱରେ ୧,୪୭,୩୭୬ ଜଣ ଲୋକ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଓଡ଼ିଶାରେ କରୋନା
- ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ମୋଟ ୭୫୭୭ଟି ନମୁନା ପରୀକ୍ଷଣ ହୋଇଛି।
- ସେଥିମଧ୍ୟରୁ କେବଳ ୬୦ ଜଣ ଲୋକ ପଜିଟିଭ୍।
- ଆକ୍ରାନ୍ତଙ୍କ ମଧ୍ୟରୁ ୧୯ଜଣ ସୁସ୍ଥ, ଜଣେ ମୃତ।
- ବର୍ତ୍ତମାନ ରାଜ୍ୟରେ ୪୦ ଜଣ ସକ୍ରିୟ କରୋନା ଆକ୍ରାନ୍ତ।
- ପୁରୀରେ କାର୍ଯ୍ୟକ୍ଷମ ହେଲା ସ୍ୱତନ୍ତ୍ର କରୋନା ହସ୍ପିଟାଲ।
- ଓଏମସି ସହାୟତାରେ ନିର୍ମାଣ ହେଲା ୨୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ହସ୍ପିଟାଲ।

ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ସୂଚନା
- ସାତ ଦିନ ମଧ୍ୟରେ ରାଜଧାନୀରେ ହେବ ୫୦୦୦ ନମୁନା ପରୀକ୍ଷଣ।
- ଏଣିକି ବାହାରେ ଛେପ ପକାଇଲେ ଲୋକେ ଗଣିବେ ଫାଇନ୍।
- ପ୍ରଥମ ତିନିଥର ୨୦୦ ଟଙ୍କା ଲେଖାଏଁ, ଏହାପରେ ୫ଶହ ଟଙ୍କା ଗଣିବେ ତଣ୍ଡ।
- ରାଜ୍ୟର ୭୭ ହଜାର ୫୦୦ ଅତିଥି ଶ୍ରମିକଙ୍କ ଭରଣପୋଷଣ କରୁଛନ୍ତି ରାଜ୍ୟ ସରକାର।
- ଏପ୍ରିଲ୍ ୧୬ ଓ ୧୭ ତାରିଖରେ ଲକଡାଉନ୍ ନିୟମ ଭାଙ୍ଗି ୨୫୨ ଜଣ ଗିରଫ।
- ଲକଡାଉନ୍ ନିୟମ ଭାଙ୍ଗି ୧୧୭ଟି ମାମଲା ରୁଜୁ।













