ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଦେଶରେ କରୋନା ମୃତ୍ୟୁସଂଖ୍ୟା ରବିବାର ବୃଦ୍ଧି ପାଇ ୫୦୭ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୧୪ ହଜାରରୁ ଅଧିକ ଲୋକ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥିବାବେଳେ ଏବେ ବି ୧୨ ହଜାରରୁ ଅଧିକ ଲୋକ ଚିକିତ୍ସିତ ହେଉଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମିଳିଥିବା  ସୂଚନା ମୁତାବକ ବର୍ତ୍ତମାନ ଦେଶରେ ୧୪ ହଜାର ୭୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨୨୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ସେହିଭଳି ଏବେ ବି ୧୨ ହଜାର ୯୭୪ ଜଣ ଜଣ ଲୋକ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।

corona awareness

ମହାରାଷ୍ଟ୍ର ବର୍ତ୍ତମାନ ସୁଦ୍ଧା ଦେଶର ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ହୋଇ ରହିଥିବାବେଳେ ସେଠାରେ କରୋନା ମୃତ୍ୟୁସଂଖ୍ୟା ୨୦୧ରେ ପହଞ୍ଚିଛି। ସେହିଭଳି ମଧ୍ୟପ୍ରଦେଶରେ ୬୯ ଜଣ, ଦିଲ୍ଲୀରେ ୪୨ ଜଣ ଓ ଗୁଜରାଟରେ ୪୧ ଜଣ ଲୋକ କରୋନାରେ ପ୍ରାଣ ହରାଇଛନ୍ତି।

ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୨୩ ଲକ୍ଷ ୩୨ ହଜାର ୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୯୯ ହଜାର ୯୬୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ପ୍ରାୟ ୧ ଲକ୍ଷ ୬୦ ହଜାର ୭୬୭ଜଣ ଲୋକ ପ୍ରାଣ ହରାଇଛନ୍ତି। ବିଶେଷକରି ଆମେରିକାରେ ସ୍ଥିତି ଅସମ୍ଭଭାଳ ହୋଇ ପଡ଼ିଛି।

Comment