ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନାକୁ ନେଇ ତାଜା ଅପଡେଟ୍ ଦେଇଛନ୍ତି କେନ୍ଦ୍ର ସରକାର। ଜାଣନ୍ତୁ, ରବିବାର ସୁଦ୍ଧା କଣ ରହିଛି କରୋନା ଅପଡେଟ୍?

ଦେଶରେ ଦିନକୁ ଦିନ କରୋନା ଭାଇରସ୍ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଶନିବାର ଗୋଟିଏ ଦିନରେ ୧୩୩୪ ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୫ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇସାରିଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରବିବାର କରୋନାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଯେଉଁଥିରେ କୁହାଯାଇଛି ଯେ, ବର୍ତ୍ତମାନ ସୁଦ୍ଧା ଦେଶରେ ୧୫,୭୧୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ୫୦୭ ଜଣ ଲୋକ କରୋନାରେ ପ୍ରାଣ ହରାଇଛନ୍ତି। ଦେଶରେ ବର୍ତ୍ତମାନ ସୁଦ୍ଧା ୨୨୮୧ ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଏବେ ବି ସ୍ଥିତି ଖରାପ ରହିଛି ବୋଲି କୁହାଯାଇଛି।corona

ସେହିପରି ଆଇସିଏମ୍ଆର୍ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ମୋଟ ୩,୮୬,୭୯୨ଟି ନମୁନା ପରୀକ୍ଷା ହୋଇଛି। କେବଳ ଶନିବାର ଦିନ ୩୭,୧୭୩ଟି ସାମ୍ପୁଲ ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୨୯,୨୮୭ଟି ଆଇସିଏମ୍ଆରର ବିଭିନ୍ନ ଲ୍ୟାବରେ ହୋଇଥିବାବେଳେ ୭,୮୮୬ଟି ନମୁନା ପ୍ରାଇଭେଟ୍ ଲ୍ୟାବରେ ହୋଇଛି।

ଏଥିସହିତ କରୋନା ଭାଇରସ ସଂକ୍ରମଣକୁ ରୋକିବା ଲାଗି ଦେଶରେ ବର୍ତ୍ତମାନ ସୁଦ୍ଧା ୭୫୫ଟି ହସ୍ପିଟାଲ ନିର୍ମାଣ କରାଯାଇଛି। ଏଥିସହ ୧୩୮୯ଟି ସ୍ୱାସ୍ଥ୍ୟ କେନ୍ଦ୍ରର ମଧ୍ୟ ଗଠନ କରାଯାଇଛି। ରବିବାର ଏନେଇ ବିସ୍ତୃତ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ।

Comment