ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଦିନକୁ ଦିନ ସାରା ବିଶ୍ୱରେ କରୋନା ଭାଇରସ୍ ନିଜର କାୟା ବିସ୍ତାର କରି ଚାଲିଛି। ତେବେ ଏଇ ମୁହୂର୍ତ୍ତରେ ଜାଣନ୍ତୁ ଦଶଟି ବଡ଼ ଖବର।
- ୪୫ ଦିନର ଶିଶୁ କରୋନାରେ ମୃତ। ଦିଲ୍ଲୀର ଏକ ହସ୍ପିଟାଲରେ ଏହା ଘଟିଛି । ଏହା ହେଉଛି ବିଶ୍ୱର କନିଷ୍ଠତମ କରୋନା ଆକ୍ରାନ୍ତ ଘଟଣା।
- ମହାରାଷ୍ଟ୍ର ସରକାର ଶିଳ୍ପ ପ୍ରତିଷ୍ଠାନ ଖୋଲିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ସର୍ତ୍ତାବଳୀ ଜାରି ରହିବ।
- ଦିଲ୍ଲୀରେ କରୋନା ମାମଲା କମିବା ନାଁ ଧରୁନାହିଁ। ଲକଡାଉନ କୋହଳ କରିବାକୁ ମନା କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ଆସନ୍ତା ରବିବାର ପୁନଃସମୀକ୍ଷା।
- ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରତିଶ୍ରୁତି – ସରକାରୀ ପେନସନ କମା ଯାଉଥିବା ଖବର ମିଛ। ସେମିତି କିଛି ହେବ ନାହିଁ।
- ଚୀନକୁ ଧମକ ଦେଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ। କୋଭିଡ- ୧୯ ପାଇଁ ଯଦି ତୁମେ ଦାୟୀ ଜଣାପଡ଼ିବ ,ପରିଣାମ ଭୋଗିବାକୁ ପଡ଼ିବ।

- କରୋନା ତାର କାୟା ବିସ୍ତାର କରି ଚାଲିଥିବା ବେଳେ ଆମେରିକାରେ ଖାଦ୍ୟ ବ୍ୟାଙ୍କ ସାମ୍ନାରେ ଲୋକଙ୍କ ଅସମ୍ଭବ ଭିଡ଼ ଓ ଡହଳ ବିକଳ ଅବସ୍ଥା।
- ନିଜ ନିର୍ଦ୍ଦେଶକୁ ବଦଳାଇଲେ କେନ୍ଦ୍ର ସରକାର। କହିଲେ ଅଣଆବଶ୍ୟକ ଜିନିଷ ପତ୍ର ବିକି ପାରିବେନି ଆମାଜନ ଓ ଫ୍ଲିପକାର୍ଟ ଭଳି ଅନଲାଇନ୍ କମ୍ପାନି ।
- କର୍ଣ୍ଣାଟକରେ ମଧ୍ୟ ବିଜେପି ସରକାର ୨୦ ତାରିଖରୁ ଆର୍ଥିକ କାର୍ଯ୍ୟକଳାପ ଆରମ୍ଭ ପାଇଁ ଅନୁମତି ଦେଲେ।
- କରୋନା ଯୋଗୁଁ ବିହାରର ସପୁରୀ ପଣସ ଚାଷୀ ଘାଟାରେ। ବାହାରେ ଫିଙ୍ଗିଲେ ଟ୍ରକ ଟ୍ରକ ପଣସ।
- ଗୋ ଏୟାର କମ୍ପାନୀ ତାର କର୍ମଚାରୀଙ୍କୁ କହିଲା ବିନା ଦରମାରେ ମେ ୩ ପର୍ଯ୍ୟନ୍ତ ଘରେ ରୁହ।








ଦିନକୁ ଦିନ ସାରା ବିଶ୍ୱରେ କରୋନା ଭାଇରସ୍ ନିଜର କାୟା ବିସ୍ତାର କରି ଚାଲିଛି। ତେବେ ଏଇ ମୁହୂର୍ତ୍ତରେ ଜାଣନ୍ତୁ ଦଶଟି ବଡ଼ ଖବର।




