ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଦେଶକୁ ଏବେ ଘାରିଛି କରୋନା ଚିନ୍ତା। କରୋନା ଭାଇରସ୍‌ରୁ ମୁକୁଳିବା ପାଇଁ ଲଢ଼େଇ କରୁଛି ଦେଶ। ଏହା ମଧ୍ୟ ଦେଶବାସୀ ପରସ୍ପରକୁ ସାହାଯ୍ୟ ମଧ୍ୟ କରୁଛନ୍ତି। ଏହି ସମୟରେ କ୍ରିକେଟର, ସେଲିବ୍ରିଟି ଓ ବ୍ୟବସାୟୀମାନେ ମଧ୍ୟ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ସେହିପରି କ୍ରିକେଟର ଯୁବରାଜ ସିଂ ମଧ୍ୟ ସହଯୋଗର ହାତ ବଢ଼ାଇଛନ୍ତି। ସେ ଦିଲ୍ଲୀ ସରକାରଙ୍କୁ ୧୫ ହଜାର N-95 ମାସ୍କ ଦାନ କରିଛନ୍ତି।

ପୂର୍ବରୁ ବିରାଟ କୋହଲି, ସଚିନ ତେନ୍ଦୁଲକର, ଅକ୍ଷୟ କୁମାରଙ୍କ ଭଳି ଅନେକ ସେଲିବ୍ରିଟି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଫଣ୍ଡକୁ ଦାନ କରିଛନ୍ତି।

ବିଭିନ୍ନ ଡାକ୍ତରଖାନାରେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର ଓ ନର୍ସମାନଙ୍କର ବ୍ୟବହାର ପାଇଁ ଏହି N-95 ମାସ୍କ ଆବଶ୍ୟକ ହୋଇଥାଏ।ଦିଲ୍ଲୀରେ ଡାକ୍ତରୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ପିପିଏ କିଟ୍‌ର ଅଭାବ ରହିଛି ବୋଲି ଦିଲ୍ଲୀ ସରକାର କହିଥିଲେ। ଏହା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ପାଖରେ ମଧ୍ୟ ଦାବି କରାଯାଇଛି।

ଦିଲ୍ଲୀ ସରକାରଙ୍କୁ ସହାୟତା କରି ଯୁବରାଜ ସିଂ ଏକ ଟୁଇଟରେ କହିଛନ୍ତି, “କରୋନା ବିରୋଧରେ ହେଉଥିବା ଲଢ଼େଇରେ ଆମକୁ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେଉଥିବା କର୍ମଚାରୀମାନେ ହେଉଛନ୍ତି ଆମର ପ୍ରକୃତ ହିରୋ। ମୁଁ ଦିଲ୍ଲୀ ସରକାରକୁ ସହାୟତା କରି ଗର୍ବିତ।”

ଏହି ସହଯୋଗ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ଯୁବରାଜଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଯୁବରାଜଙ୍କ ଉଦାର ସହଯୋଗ ପାଇଁ ଦିଲ୍ଲୀ କୃତଜ୍ଞତା ଜଣାଉଛି। ବିଶେଷ କରି କର୍କଟ ରୋଗରେ ଆପଣଙ୍କ ବିଜୟ ପ୍ରେରଣାଦାୟକ ଅଟେ ବୋଲି କେଜରିଓ୍ଵାଲ କହିଥିଲେ।

Comment