ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଦିନକୁ ଦିନ ଭାରତରେ ମହାମାରୀ କରୋନ ଭାଇରସ୍ ଅଧିକ ପ୍ରାଣ ନେବାରେ ଲାଗିଛି। ସୋମବାର ସୁଦ୍ଧା ଭାରତରେ ମୋଟ ୫୪୩ ଜଣ କରୋନାରେ ପ୍ରାଣ ହରାଇସାରିଲେଣି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ବର୍ତ୍ତମାନ ସାରା ଦେଶରେ ୧୭,୨୬୫ ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ ସେଥିମଧ୍ୟରୁ ୨୫୪୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିଭଳି ୫୪୩ଜଣ ଲୋକ କରୋନାରେ ପ୍ରାଣ ହରାଇଛନ୍ତି। ଏବେ ବି ୧୪,୧୭୫ ଜଣ ଲୋକ କରୋନାରେ ପୀଡ଼ିତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।

corona

ଏବେ ବି ମହାରାଷ୍ଟ୍ର ଦେଶରେ ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ହୋଇ ରହିଛି। ମହାରାଷ୍ଟ୍ରରେ ସୋମବାରୁ ସୁଦ୍ଧା ମୋଟ ୨୨୩ ଜଣ ଲୋକ ପ୍ରାଣ ହରାଇସାରିଲେଣି। ମହାରାଷ୍ଟ୍ର ପରେ ମଧ୍ୟପ୍ରଦେଶରେ ୭୦ ଜଣ, ଗୁଜରାଟରେ ୬୩ ଜଣ ଓ ଦିଲ୍ଲୀରେ ୪୫ ଜଣ ଲୋକ କରୋନାରେ ମୃତ୍ୟୁବରଣ କରିଛନ୍ତି।

ଅନ୍ୟପଟେ ଓଡ଼ିଶାରେ ଆଉ ୭ ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୮କୁ ବୃଦ୍ଧି ପାଇଛି। ସେମାନଙ୍କୁ ମଧ୍ୟରୁ ୨୪ ଜଣ ସୁସ୍ଥ ହୋଇଥିବାବେଳେ ଏବେ ବି ୪୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Comment