ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱରେ ଏମିତି ଏକ ଦେଶ ଅଛି, ଯାହାର ନିଜସ୍ୱ ବାୟୁସେନା କି ନୌସେନା ନାହିଁ। ଭାରତ କରୁଛି ସାହାଯ୍ୟ।

ବିଶ୍ୱର ପ୍ରାୟ ସମସ୍ତ ଦେଶ ନିଜର ସୁରକ୍ଷା ପାଇଁ ସ୍ଥଳ, ଜଳ ଏବଂ ବାୟୁସେନା ଗଠନ କରିଛନ୍ତି। ଯାହାଦ୍ୱାରା କୌଣସି ଶତ୍ରୁ ଆକ୍ରମଣ କଲେ ତାକୁ ସବୁ ଜବାବ ଦିଆଯାଇପାରିବ। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବିଶ୍ୱରେ ଏପରି ଏକ ଦେଶ ଅଛି ଯାହାର ନିଜସ୍ୱ ନୌସେନା କିମ୍ବା ବାୟୁସେନା ନାହିଁ। ଏଥିପାଇଁ  ଏହି ଦେଶ ଅନ୍ୟ ଦେଶ ଉପରେ ନିର୍ଭର କରେ। ଏହି ଦେଶକୁ ସାହାଯ୍ୟ କରୁଥିବା ଦେଶ ହେଉଛି ଭାରତ।

ନିଜସ୍ୱ ନୌସେନା ଓ ବାୟୁସେନା ନଥିବା ଦେଶ ଭୁଟାନ। ଦକ୍ଷିଣ ଏସିଆର ଏକ ଛୋଟ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଦେଶ। ଭୁଟାନର ସବୁ ସ୍ଥାନରେ କେବଳ ପାହାଡ଼ ପର୍ବତ ଭରି ରହିଛି। ଏହାର ଭୂପୃଷ୍ଠ ହେଉଛି ଦୁନିଆର ସବୁଠାରୁ ଦୁର୍ଗମ ଅଞ୍ଚଳ।

ଏଠାରେ ଗୋଟିଏ ସେନା ଅଛି, ଯାହାକୁ ରୟାଲ ଭୁଟାନ ଆର୍ମି କୁହାଯାଏ। ଏହା ରୟାଲ ବଡିଗାର୍ଡ ଏବଂ ରୟାଲ ଭୁଟାନ ପୋଲିସର ମିଳିତ ନାମ। ଭାରତୀୟ ସେନା ହିଁ ସେମାନଙ୍କୁ ତାଲିମ ଦେଇଥାଏ।

ଭୁଟାନରେ ଆଉ ଏକ ବିଶେଷତ୍ୱ ହେଉଛି ଏଠାରେ ତମ୍ବାଖୁ ସମ୍ପୂର୍ଣ୍ଣ ନିଷେଧ। ୨୦୦୪ ମସିହାରେ ଏହାକୁ ସମଗ୍ର ଦେଶରେ ନିଷେଧ କରାଯାଇଥିଲା। ତମାଖୁ ଉତ୍ପାଦ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲଗାଇଥିବା ବିଶ୍ୱର ପ୍ରଥମ ଦେଶ ହେଉଛି ଭୁଟାନ।

Comment