ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

corona testଦେଶରେ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ସକାଳେ ୨୦ ହଜାର ଡେଇଁଛି। ସେହିଭଳି ମୃତକଙ୍କ ସଂଖ୍ୟା ମଧ୍ୟ ୭୦୦ ପାଖାପାଖି ହେଲାଣି।

ବୁଧବାର ଦିନ ସୁଦ୍ଧା ୬୪୦ ଲୋକଙ୍କ ପ୍ରାଣ ଯାଇଥିବା ବେଳେ ଏହାର ଗତି ଅଧିକ ହୋଇଥିବା ଜଣାପଡିଛି। ତେଣେ ସମଗ୍ର ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ଲକ୍ଷ ଡେଇଁଛି। ଏହି ମହାମାରୀ ଏପର୍ଯ୍ୟନ୍ତ ୧,୭୮,୦୦୦ ଲୋକଙ୍କ ପ୍ରାଣ ନେଲାଣି। କରୋନା ଯୋଗୁଁ ଆମେରିକା ସବୁଠାରୁ ଅଧିକ ଭୋଗିଛି। ସେଠି କେବଳ ଲୋକ ମରୁଛନ୍ତି ତାହା ନୁହେଁ ସେଠାକାର ଅର୍ଥନୀତି ମଧ୍ୟ ଧ୍ୱସ୍ତ ହେବାକୁ ବସିଲାଣି।

corona

ଭାରତରେ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଓ ରାଜସ୍ଥାନରେ କରୋନା ନିୟନ୍ତ୍ରଣ ବାହାରକୁ ଚାଲି ଯାଇଛି। ମହାରାଷ୍ଟ୍ରରେ ଦୈନିକ ୫୦୦ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି। ବିହାର,ଝାଡ଼ଖଣ୍ଡ ଏବଂ ଓଡ଼ିଶାରେ କରୋନା ଏକ ପ୍ରକାର ନିୟନ୍ତ୍ରଣରେ ରହିଛି।

Comment