ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନାକୁ ତାଜା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଯେଉଁଥିରେ ଓଡ଼ିଶା ସହ ଦେଶ ଓ ବିଶ୍ୱର କରୋନା ଅପଡେଟ୍ ବିଷୟରେ କୁହାଯାଇଛି।

ଅନ୍ୟ ରାଜ୍ୟରୁ ଫେରିଲେ ରେଜିଷ୍ଟ୍ରେସନ୍ ବାଧ୍ୟତାମୂଳକ

  • ଅନ୍ୟ ରାଜ୍ୟରୁ ଓଡ଼ିଶା ଫେରିଲେ ରେଜିଷ୍ଟ୍ରେସନ କରିବା ବାଧ୍ୟତାମୂଳକ ।
  • ଏପ୍ରିଲ୍ ୨୪ରୁ ଆରମ୍ଭ ହେବ ରେଜିଷ୍ଟ୍ରେସନ।
  • ରେଜିଷ୍ଟ୍ରେସନ ବିନା ଓଡ଼ିଶାକୁ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ।
  • ରେଜିଷ୍ଟ୍ରେସନ ନିଜେ, କିମ୍ବା ସମ୍ପର୍କୀୟଙ୍କ ଦ୍ୱାରା କରିପାରିବେ।
  • ରେଜିଷ୍ଟ୍ରେସନ ପରେ ୧୪ ଦିନ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ।
  • କ୍ୱାରେଣ୍ଟାଇନ ରହିବା ପରେ ସୁସ୍ଥ ଜଣାପଡ଼ିଲେ ଘରକୁ ଫେରିବେ।
  • କୌଣସି ଲୋକ ଅନ୍ୟ ରାଜ୍ୟରୁ ସିଧାସଳଖ ନିଜ ଘରକୁ ଫେରିପାରିବେ ନାହିଁ।

ଓଡ଼ିଶାରେ କରୋନା

  • ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୮୩କୁ ବୃଦ୍ଧି।
  • ଯାଜପୁରରୁ ଚିହ୍ନଟ ହେଲେ ଆଉ ଜଣେ କରୋନା ପଜିଟିଭ୍।
  • ୩୮ ବର୍ଷୀୟ ପଶ୍ଚିମବଙ୍ଗ ଫେରନ୍ତା କରୋନା ଆକ୍ରାନ୍ତ।
  • ରାଜ୍ୟରେ କରୋନା କବଳରୁ ସୁସ୍ଥ ହେଲେ ୩୨ ଜଣ ଆକ୍ରାନ୍ତ।
  • ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୦କୁ ବୃଦ୍ଧି।
  • ବର୍ତ୍ତମାନ ସୁଦ୍ଧା ୧୩,୭୭୫ ନମୁନା ପରୀକ୍ଷା ହୋଇଛି।
  • ଭୁବନେଶ୍ୱରରେ ୪୯୭୫ ରାପିଡ୍ ଟେଷ୍ଟ ହୋଇଛି।

corona

ବିଶ୍ୱ ଓ ଦେଶରେ କରୋନା

  • ବର୍ତ୍ତମାନ ସୁଦ୍ଧା ଦେଶରେ ୪,୬୨,୬୨୧ ନମୁନା ପରୀକ୍ଷଣ।
  • ସେଥିମଧ୍ୟରୁ ୧୯,୯୮୪ ନମୁନା ପଜିଟିଭ୍ ଚିହ୍ନଟ।
  • ଭାରତରେ କରୋନାରୁ ସୁସ୍ଥ ହେଲେଣି ୩୮୬୯ ଜଣ।
  • ଦେଶରେ କରୋନା ମୃତ୍ୟୁସଂଖ୍ୟା ୬୪୦କୁ ବୃଦ୍ଧି।
  • ଦେଶରେ ଏବେ ୧୫,୪୭୪ ସକ୍ରିୟ ଆକ୍ରାନ୍ତ।
  • ବିଶ୍ୱରେ ବର୍ତ୍ତମାନ ୨୫,୭୨,୬୦୩ ଜଣ ଲୋକ କରୋନା ଆକ୍ରାନ୍ତ।
  • ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୧,୭୮,୫୪୮ ଜଣ ଲୋକ କରୋନାରେ ପ୍ରାଣ ହରାଇଛନ୍ତି।

LEAVE A REPLY

Please enter your comment!
Please enter your name here