ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଭୁବନେଶ୍ୱରର ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ କରୋନା ସୁସ୍ଥଙ୍କ ସଂଖ୍ୟା ୩୩ରେ ପହଞ୍ଚିଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ଟୁଇଟ୍ କରି ସୂଚନା ଦେଇଛି।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୮୩ଟି କରୋନା ପଜିଟିଭ୍ କେସ୍ ସାମନାକୁ ଆସିଛି। ଯାହା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ୪୬ଟି ପଜିଟିଭ୍ କେସ୍ ରହିଛି। ତା ମଧ୍ୟରୁ ପୂର୍ବରୁ ୨୧ଜଣ ସୁସ୍ଥ ହୋଇଥିବାବେଳେ ଏବେ ଆଉ ଜଣେ ସୁସ୍ଥ ହୋଇଛନ୍ତି। ଏଥିସହ ଭୁବନେଶ୍ୱରରେ କରୋନା ସୁସ୍ଥଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି।

ତାଜା ସୂଚନା ଅନୁସାରେ ବର୍ତ୍ତମାନ ରାଜ୍ୟରେ ୮୩ ଜଣ କରୋନା ଆକ୍ରାନ୍ତ ହୋଇଥିବାବେଲେ ସେଥିମଧ୍ୟରୁ ୩୩ ଜଣ ସୁସ୍ଥ ହୋଇଛନ୍ତି। ସେହିଭଳି ଜଣକର ମୃତ୍ୟୁ ଘଟିଥିବାବେଳେ ଏବେ ବି ମୋଟ ୪୯ ଜଣ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।













