ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାରାତ୍ମକ କରୋନା ଭାଇରସକୁ ମାତ୍‌ ଦେଲା ଉତ୍ତରାଖଣ୍ଡର ୯ ମାସର ଶିଶୁ। ସୁସ୍ଥ ହେବାକୁ ଲାଗିଲା ମାତ୍ର ୬ ଦିନ।

ଦେଶରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ପ୍ରତି ଦିନ ଲୋକେ ପ୍ରାଣ ହରାଉଛନ୍ତି। ଏହାରି ମଧ୍ୟରେ ଉତ୍ତରାଖଣ୍ଡରେ ଜଣେ ୯ ମାସର ଶିଶୁ କରୋନାକୁ ମାତ୍‌ ଦେଇ ସୁସ୍ଥ ହୋଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା କରୋନା ସଂକ୍ରମଣରୁ ସୁସ୍ଥ ହେବା ପାଇଁ ମାତ୍ର ୬ ଦିନ ଲାଗିଲା। ଏତେ କମ୍‌ ଦିନରେ ପିଲାଟି ସୁସ୍ଥ ହୋଇଥିବାରୁ ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଲାଗିଛି।

ରିପୋର୍ଟ ଅନୁସାରେ ଗତ ସପ୍ତାହରେ ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନରେ ଜଣେ ୯ ମାସର ଶିଶୁ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହା ପରେ ତାଙ୍କୁ ଡୁନ୍ ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଥିଲା।

ମାତ୍ର ଛଅ ଦିନରେ ପିଲାଟିର ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଲଗାତର ରିପୋର୍ଟ ନେଗେଟିଭ୍‌ ଆସିବା ପରେ ପିଲାକୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା।

ସହରର ଭଗତ ସିଂ କଲୋନିର ଏକ ମସଜିଦରେ କାମ କରୁଥିବା ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଥିଲେ। ସେହି ବ୍ୟକ୍ତି ଜଣକ ଏହି ପିଲା ସଂସ୍ପର୍ଶରେ ଆସିଥିଲେ।

Comment