ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଖୁବଶୀଘ୍ର ଦୂରଦର୍ଶନରେ ‘ଶ୍ରୀକୃଷ୍ଣ ‘ଦେଖିବାକୁ ପାଇବେ ଦର୍ଶକ। ଟୁଇଟ କରି ପ୍ରସାର ଭାରତୀ ଦେଲା ସୂଚନା।

ଲକଡାଉନ୍‌ ଯୋଗୁଁ ପୁରୁଣା ଲୋକପ୍ରିୟ ଧାରାବାହିକ ସବୁ ଏବେ ଦୂରଦର୍ଶନରେ ପ୍ରସାରିତ ହେଉଛି। ଏହି ସୋ’ଗୁଡିକୁ ଦର୍ଶକମାନେ ବହୁତ ପସନ୍ଦ କରୁଛନ୍ତି। ଦର୍ଶକଙ୍କ ପାଇଁ ଏବେ ଆଉ ଗୋଟିଏ ଖୁସି ଖବର ଆସି ପହଞ୍ଚିଛି। ଖବରଟା ହେଲା ପ୍ରସିଦ୍ଧ ସିରିଏଲ ‘ଶ୍ରୀକୃଷ୍ଣ’ ଖୁବ ଶୀଘ୍ର ପ୍ରସାରିତ ହେବାକୁ ଯାଉଛି। ପ୍ରସାର ଭାରତୀ ଟୁଇଟ କରି ଏହି ସୂଚନା ଦେଇଛି।

ପ୍ରସାର ଭାରତୀ ଟୁଇଟରେ ଏକ ଭିଡିଓ ସେୟାର କରି ଏହି ସୂଚନା ଦେଇଥିଲା ବେଳେ ଦର୍ଶକ ମଧ୍ୟ ଏହାର ପୁନଃପ୍ରସାରଣ ପାଇଁ ବେଶ୍‌ ଉତ୍ସାହତ ଅଛନ୍ତି।

ପୂର୍ବରୁ ‘ରାମାୟଣ’, ‘ମହାଭାରତ’, ‘ଚାଣକ୍ୟ’, ‘ଶକ୍ତିମାନ’, ‘ଦେଖ୍‌ ଭାଇ ଦେଖ’ ଭଳି ସୋ’ ଦୂରଦର୍ଶନ ଫେରିଛି।

ଲୋକପ୍ରିୟ ସିରିଏଲ ‘ଶ୍ରୀକୃଷ୍ଣ’ ପ୍ରଥମେ ୧୯୯୩ରୁ ୧୯୯୬ ଯାଏଁ ଦୂରଦର୍ଶନରେ ଦେଖାଯାଇଥିଲା।   ଏହି ସିରିଏଲ ଟିଭିରେ ଆସିବା ପୂର୍ବରୁ ଲୋକମାନେ ଉତ୍ସାହର ସହିତ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ। ସୋ’ର ଲୋକପ୍ରିୟତା ଏବଂ ଲୋକଙ୍କ ଇଚ୍ଛାକୁ ଦୃଷ୍ଟିରେ ରଖି ଏହାକୁ ପୁନର୍ବାର ପ୍ରସାରଣ କରିବାକୁ ନିଷ୍ପତ୍ତି ନିଆଯାଇଛି।

Comment