ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ପାଇଁ ମେ’ ୩ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏହା ମଧ୍ୟରେ ଦେଶବାସୀଙ୍କ ପାଇଁ କଟକଣା କୋହଳ କରିଛନ୍ତି କେନ୍ଦ୍ର ସରକାର। ଶନିବାରଠୁ ସମସ୍ତ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି ସରକାର। ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଏଥିପାଇଁ କିଛି ଗାଇଡ୍‌ଲାଇନ୍‌ ମଧ୍ୟ ଜାରି କରାଯାଇଛି।

ହଟ୍‌ସ୍ପଟ ଓ କନଣ୍ଟେନମେଣ୍ଟ ଜୋନ୍‌ରେ କଟକଣା କୋହଳ ନାହିଁ

ହଟସ୍ପଟ୍ ଏବଂ କଣ୍ଟେନମେଣ୍ଟ ଜୋନ୍‌ରେ କୌଣସି ରିହାତି ଦିଆଯାଇ ନାହିଁ। ଏହି ସବୁ ଅଞ୍ଚଳରେ ଦୋକାନ ବନ୍ଦ ରହିବ। ଏହି ନିୟମ କୋହଳ କେବଳ ସେହି ଅଞ୍ଚଳ ପାଇଁ ଯେଉଁଠି କରୋନା ସଂକ୍ରମଣର କୌଣସି ବିପଦ ରହିବ ନାହିଁ କିମ୍ବା ଯେଉଁଠାରେ କରୋନା ଜୀବାଣୁ ନଥିବେ।

ସପିଂ ମଲ୍‌ ବନ୍ଦ ରହିବ

ସପିଂ ମଲ୍‌ ଓ ସେଠାରେ ଥିବା ଦୋକାନଗୁଡ଼ିକ ପାଇଁ ଏହି ନିୟମ କୋହଳ ହୋଇନାହିଁ। ଅର୍ଥାତ ସମସ୍ତ ସପିଂ ମଲ୍‌ ପୂର୍ବ ଭଳି ବନ୍ଦ ରହିବ। ନଗର ନିଗମ ଆଖପାଖରେ ମଧ୍ୟ ସମସ୍ତ ଦୋକାନ ଖୋଲିବ। ସେହିପରି ସପିଂ ମଲ୍‌ ପରି ମାର୍କେଟ କଂପ୍ଲେକ୍ସ ମଧ୍ୟ ବନ୍ଦ ରହିବ।

corona

ଦୋକାନ ଖୋଲିବା ଉପରେ କେନ୍ଦ୍ର ସରକାରଙ୍କ ସର୍ତ୍ତ

  • ସିନେମା ହଲ୍, ମଲ୍, ସପିଂ କମ୍ପ୍ଲେକ୍ସ, ଜିମ୍, ସ୍ପୋର୍ଟସ୍ କମ୍ପ୍ଲେକ୍ସ, ସୁଇମିଂ ପୁଲ୍, ଥିଏଟର, ବାର୍ ଏବଂ ଅଡିଟୋରିୟମ୍ ଆଦି ବନ୍ଦ ରହିବ।
  • ଗ୍ରାମାଞ୍ଚଳରେ ସମସ୍ତ ଦୋକାନ ଖୋଲା ରହିବ।
  • ସହରର ଆବାସିକା ଅଞ୍ଚଳରେ ଦୋକାନ ମଧ୍ୟ ଖୋଲା ରହିବ।
  • କେବଳ ଅଧା କର୍ମଚାରୀ ଦୋକାନରେ ରହିପାରିବେ।
  • ଦୋକାନରେ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ।
  • ଦୋକାନରେ ଗ୍ରାହକଙ୍କ ସହ ସାମାଜିକ ଦୂରତା ରଖିବା ମଧ୍ୟ ବାଧ୍ୟତାମୂଳକ।

Comment