ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯାଜପୁର, ବାଲେଶ୍ୱର, ଭଦ୍ରକରେ ୬୦ ଘଟିଆ ସଟ୍‌ଡାଉନ୍‌ ଆଜି ସକାଳ ୧୦ଟାରେ ଉଠିଛି। ହେଲେ ଯାଜପୁର ଜିଲ୍ଲାରେ କାଲିଠୁ କେଉଁ କେଉଁ ଦୋକାନ ଖୋଲା ରହିବ ସେନେଇ ଜିଲ୍ଲା ପ୍ରଶାସନ ବିଜ୍ଞପ୍ତି ଜାରି କରିଛନ୍ତି। ସକାଳ ୬ଟାରୁ ଦିନ ୧୧ଟା ଯାଏଁ ଦୋକାନ ଖୋଲା ରଖିବାକୁ ଅନୁମତି ମିଳିଛି।

ଯାଜପୁରରେ ଔଷଧ, ପଥୋଲ୍ୟାବ, ଗ୍ରୋସରୀ ଏବଂ ପରିବା ଦୋକାନ ଖୋଲା ରହିବ। କେବଳ ବୁଧବାର, ଶୁକ୍ରବାର ଏବଂ ରବିବାର ଆମିଷ ଦୋକାନ ଖୋଲା ରହିବ। ବହି ଦୋକାନ ରବିବାର ଦିନ ଖୋଲା ରହିବ। କୃଷି ଉପକରଣ, ଗ୍ୟାସ ଏଜେନ୍ସି, ଫ୍ୟାନ୍‌ ମରାମତି ଦୋକାନ ଖୋଲା ରହିବ।

ମୋବାଇଲ ରିଚାର୍ଜ, ସାଇକେଲ ମରାମତି, ଫଳ ଏବଂ କ୍ଷୀର ଦୋକାନ ଖୋଲା ରହିବ। ମ୍ୟୁନିସିପାଲଟି ଏବଂ ବ୍ଲକ ଅଞ୍ଚଳରେ ପେଟ୍ରୋଲ ପମ୍ପ୍‌ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଖୋଲା ରହିବ।

Comment