ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବ୍ଲକବଷ୍ଟର ଫିଲ୍ମ ‘ଆଶିକ୍‌ ୨’କୁ ୭ ବର୍ଷ ପୂରା ହୋଇଛି। ଫିଲ୍ମର ହିରୋଇନ ଶ୍ରଦ୍ଧା କପୂର ଏହି ସୂଚନା ଦେଇଛନ୍ତି।

ଫିଲ୍ମ ‘ଆଶିକ୍‌ ୨’ ଶ୍ରଦ୍ଧା କପୁରଙ୍କ ଫିଲ୍ମ କ୍ୟାରିୟରକୁ ଏକ ନୂଆ ମୋଡ଼ ଦେଇଥିଲା। ଏହି ଫିଲ୍ମ ଶ୍ରଦ୍ଧାଙ୍କୁ ଦର୍ଶକଙ୍କ ମହଲରେ ଏକ ନୂଆ ପରିଚୟ ଦେଇଥିଲା। ରବିବାର ଏହି ଫିଲ୍ମକୁ ୭ ବର୍ଷ ପୂରା ହୋଇଛି। ଏଭଳି ଏକ ଫିଲ୍ମରେ ଶ୍ରଦ୍ଧାଙ୍କୁ ବ୍ରେକ ଦେଇଥିବାରୁ ସେ ନିର୍ଦ୍ଦେଶକ ମୋହିତ ସୂରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଇନଷ୍ଟାରେ ଫିଲ୍ମର ଏକ ପୋଷ୍ଟର ସେୟାର କରି ଏହି ଫିଲ୍ମ ଲାଇଫ୍ ଟାଇମ୍‌ ଗିଫ୍ଟ ବୋଲି ଶ୍ରଦ୍ଧା କହିଛନ୍ତି।

ପ୍ରେମ ଓ ସଙ୍ଗୀତ ଉପରେ ଉପରେ ଆଧାରିତ ଏହି ଫିଲ୍ମଟି ଶ୍ରଦ୍ଧା କପୁରଙ୍କ ଅନ୍ୟତମ ସଫଳ ଫିଲ୍ମ|

ଏହି ଫିଲ୍ମରେ ଜଣେ ଅସଫଳ ଗାୟକ ରାହୁଲ (ଆଦିତ୍ୟ ରୟ କାପୁର) ଙ୍କ କାହାଣୀ ଦେଖାଯାଇଥିଲା। ସେ ଆରୋହୀଙ୍କୁ କିଭଳି ଭେଟିଛନ୍ତି ତାଙ୍କୁ ଜଣେ ପ୍ରସିଦ୍ଧ ଗାୟକ ହେବାକୁ ସାହାଯ୍ୟ କରି ନିଜ କ୍ୟାରିୟର କିଭଳି ନଷ୍ଟ କରିଛନ୍ତି ତାହା ଦେଖିବାକୁ ମିଳିଥିଲା। ଫିଲ୍ମ ସମସ୍ତ ଗୀତ ମଧ୍ୟ ସୁପରହିଟ୍‌ ହୋଇଥିଲା।

Comment