ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଜେଲରେ ଅଛନ୍ତି। ଏବେ ଡ୍ରଗ୍ସ ଲିଙ୍କ୍‌ରେ ଅଭିନେତ୍ରୀ ସାରା ଅଲି ଖାନ, ଶ୍ରଦ୍ଧା କପୁର, ରାକୁଲ ପ୍ରୀତ ସିଂ ମଧ୍ୟ ଅଡ଼ୁଆରେ ପଡ଼ିପାରନ୍ତି। କାରଣ ଏନ୍‌ସିବି ପଚରାଉଚରା ପାଇଁ ଖୁବଶୀଘ୍ର ସେମାନଙ୍କୁ ସମନ୍‌ କରିବ ବୋଲି ଜଣାପଡ଼ିଛି।

ରିୟାଙ୍କୁ ପଚରାଉଚରା ସମୟରେ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡିତ ୨୫ ଜଣଙ୍କ ନାଁ ସେ ଏନସିବି ଆଗରେ କହିଥିଲେ। ରିୟାଙ୍କ ଏହି ଖୁଲାସା ପରେ ଏନସିବି ତଦନ୍ତ ଜୋରଦାର କରିଛି। ରିୟାଙ୍କ ବୟାନ ଆଧାରରେ ଏନସିବି ଏମାନଙ୍କୁ ସମନ ପଠାଇବ ବୋଲି ଜଣାପଡ଼ିଛି। ଏନସିବି ଯଦି ଏମାନଙ୍କୁ ଡ୍ରଗ୍ସ ମାମଲାରେ ପଚରାଉଚରା କରେ ତେବେ ସୁଶାନ୍ତଙ୍କ ମାମଲାରେ ଆହୁରି ଅନେକ ଗୁମର ଖୋଲିବ ବୋଲି ମଧ୍ୟ ଅନୁମାନ କରାଯାଉଛି।

ଅନ୍ୟପଟେ ସୁଶାନ୍ତ ସିଂ ରାଜପୁତ ମାମଲା ସହ ଜଡିତ ଏହି ଡ୍ରଗ୍ସ ଲିଙ୍କରେ ରିୟା ଓ ତାଙ୍କ ଭାଇ ସୌଭିକଙ୍କ ସମେତ ଏପର୍ଯ୍ୟନ୍ତ ୧୬ ଜଣ ଗିରଫ ହୋଇଛନ୍ତି।

Comment