ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡ୍ରଗ୍ସ ଲିଙ୍କ୍‌ରେ ଏନ୍‌ସିବି ଜେରାର ସମ୍ମୁଖୀନ ହୋଇଥିବା ଅଭିନେତ୍ରୀଙ୍କ ମୋବାଇଲ ସିଜ୍‌ କରାଯାଇଛି। ଏନେଇ ଏନ୍‌ସିବି ପକ୍ଷରୁ ସୂଚନା ଦିଆଯାଇଛି। ଅଧିକ ତଦନ୍ତ ପାଇଁ ଅଭିନେତ୍ରୀ ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ରାକୁଲ ପ୍ରୀତ ସିଂହ, ସାରା ଅଲ୍ଲୀ ଖାନଙ୍କ ମୋବାଇଲ ସିଜ୍‌ କରାଯାଇଛି ବୋଲି ଏନ୍‌ସିବି କହିଛି।

ସେହିପରି ସିମୋନ ଖମ୍ବାଟା, କରିସ୍ମା ପ୍ରକାଶ, ଜୟା ଶାହଙ୍କ ମୋବାଇଲ ମଧ୍ୟ ସିଜ୍‌ ହୋଇଛି। ଏହାପରେ ତଦନ୍ତ କେତେ ବାଟ ଯାଉଛି ତାକୁ ସମସ୍ତଙ୍କ ଅପେକ୍ଷା ରହିଛି।

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌କୁ ନେଇ ପୂର୍ବରୁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଗିରଫ ହୋଇଛନ୍ତି। ରିୟା ଗିରଫ ହେବା ପରେ ସେ ହିଁ ଏନ୍‌ସିବି ଆଗରେ ବଲିଉଡର ୨୫ ସେଲିବ୍ରିଟିଙ୍କ ନାଁ କହିଥିଲେ। ରିୟାଙ୍କୁ ବୟାନକୁ ଆଧାର କରି ଏନ୍‌ସିବି ତଦନ୍ତ ଜୋରଦାର କରିଛି।

Comment