ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁସ୍ଥ ରହିବା ପାଇଁ ହେଲେ ନିଜକୁ ପରିଷ୍କାର ପରିଚ୍ଛନ ରଖିବା ଯେତିକି ଜରୁରୀ ନିଜ ଘରକୁ ବି ସଫା ରଖିବା ସେତିକି ଗୁରୁତ୍ୱପୂର୍ଣ୍ଣ।

ଆପଣଙ୍କ ଘରେ ଏମିତି କିଛି ସ୍ଥାନ ଥାଏ ଯେଉଁଠି ଜୀବାଣୁ ଘର ନିଅନ୍ତି। ଏହା ବିଭିନ୍ନ ପ୍ରକାର ରୋଗ ସୃଷ୍ଟି କରନ୍ତି। ସେଥିପାଇଁ ଘରକୁ ସଫା ରଖିବା ମଧ୍ୟ ଜରୁରୀ।

୧- ଘରେ ଆପଣ ପ୍ରତିଦିନ ବ୍ୟବହାର କରୁଥିବା ଜିନିଷରେ ଜୀବାଣୁ ରହିପାରନ୍ତି। ଯେମିତିକି ଗାମୁଛା, ଟାଓ୍ୱେଲ ଆଦି। ଏଥିରେ ଜୀବାଣୁ ରହିବାର ଆଶଙ୍କା ରହିଛି। ତେଣୁ ଆପଣ ଯେତେବେଳେ ନିଜ ଶରୀରକୁ ବା ମୁହଁକୁ ଏଥିରେ ପୋଛି ଦିଅନ୍ତି ସେତେବେଳେ ଏହି ଜୀବାଣୁ  ଆପଣଙ୍କ ଶରୀରରେ ପ୍ରବେଶ କରିପାରେ।

୨ ସେହିପରି ଆପଣଙ୍କ ରୋଷେଇ ଘରେ ମଧ୍ୟ ଜୀବାଣୁ ରହିପାରନ୍ତି। ରୋଷେଇ ଘରେ ଗ୍ଲୋଭସ୍ ପିନ୍ଧିବା ଏକ ଭଲ କଥା। କିନ୍ତୁ ଏହି ଗ୍ଲୋଭସ୍ ଜୀବାଣୁଙ୍କର ଘର ହୋଇପାରେ । ତେଣୁ  ସେଗୁଡିକ ବ୍ୟବହାର କରିବା ପରେ, ଉଷୁମ ପାଣି କିମ୍ବା ଭିନେଗାର ସାହାଯ୍ୟରେ ଧୋଇବାକୁ ଭୁଲନ୍ତୁ ନାହିଁ ।

୩ – ତକିଆରେ ମଧ୍ୟ ଜୀବାଣୁ ରହିବାର ଯଥେଷ୍ଟ ଆଶଙ୍କା ରହିଛି। ତେଣୁ ତକିଆ କଭରକୁ ନିୟମିତ ବଦଳାନ୍ତୁ।

୪- ଘରେ ବ୍ୟବହୃତ କାର୍ପେଟ କିମ୍ବା ମ୍ୟାଟ୍ ମଧ୍ୟ ଘରେ ସଂକ୍ରମଣ ସୃଷ୍ଟି କରିପାରେ, ତେଣୁ ସେମାନଙ୍କୁ ସଫା ରଖିବାକୁ ଭୁଲନ୍ତୁ ନାହିଁ।

୫- ସେହିପରି ପ୍ରତିଦିନ ପିନ୍ଧୁଥିବା ପୋଷାକରେ ମଧ୍ୟ ଜୀବାଣୁ ଲୁଚି ରହିପାରନ୍ତି। ତେଣୁ ପୋଷାକକୁ ଥରେ ଡେଟୋଲ ପାଣିରେ ଧୋଇ ଖରାରେ ଶୁଖନ୍ତୁ।

LEAVE A REPLY

Please enter your comment!
Please enter your name here