ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ସାମ୍ନାକୁ ଆସୁଛି କରୋନାର ନୂଆ ଲକ୍ଷଣ। ଏନେଇ ସୂଚନା ଦେଲେ ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍‌(ସିଡିସି)। କାଶ ହେବା ଓ ନିଶ୍ଵାସ ପ୍ରଶ୍ଵାସ ନେବାରେ ଅସୁବିଧା ହେବା ଏହାର ମୂଳ ଲକ୍ଷଣ। ଏହା ସତ୍ତ୍ଵେ ଆଉ କିଛି ଲକ୍ଷଣ ସାମ୍ନାକୁ ଆସିଛି।

  • ଦେହ ହାତ ଥଣ୍ଡା ହୋଇଯିବା।
  • କମ୍ପ ଆସିବା ସହ ଦେହ ହାତ ଥଣ୍ଡା ହେବା।
  • ଦେହ ହାତ ବିନ୍ଧିବା, ଦରଜ ହେବା।
  • ମୁଣ୍ଡ ବିନ୍ଧିବା।
  • ତଣ୍ଟି ଦରଜ ହେବା।
  • ଘ୍ରାଣ ଓ ସ୍ଵାଦ ବାରିବାରେ ଆସୁବିଧା ହେବା।

ଯଦି ଏପରି କିଛି ଲକ୍ଷଣ ଦେଖାଯାଉଛି। ତେବେ ଡାକ୍ତରଙ୍କୁ ଦେଖାଇବାକୁ ପରାମର୍ଶ ଦିଆଯାଇଛି। ନିଦ ଠିକ ଭାବେ ନ ହେବା ଓ ଓଠ ନୀଳ ପଡ଼ିଲେ ମଧ୍ୟ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି।

Comment