ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ରାଜସ୍ଥାନର କୋଟାରୁ ବସ୍‌ରେ ଓଡ଼ିଶା ଫେରୁଛନ୍ତି ଓଡ଼ିଆ ଛାତ୍ରାଛାତ୍ରୀ। ୧୧୬ ଜଣ ଛାତ୍ରଛାତ୍ରୀ ବସ୍‌ ଯୋଗେ ରାଉରକେଲା ଫେରୁଛନ୍ତି। ୪ଟି ବସ୍‌ରେ ଛାତ୍ରଛାତ୍ରୀ ଫେରୁଥିବା ସୂଚନା ମିଳିଛି।

ଏହି ଛାତ୍ରଛାତ୍ରୀମାନେ କୋଚିଂ ନେବା ପାଇଁ ରାଜସ୍ଥାନର କୋଟାକୁ ଯାଇଥିଲେ। ହେଲେ ଲକଡାଉନ୍ କାରଣରୁ ସେମାନେ ସେଠାରେ ଫସି ରହିଥିଲେ। ତେଣୁ ଶେଷରେ ସେମାନେ ବସ୍‌ ଯୋଗେ ଓଡ଼ିଶା ଫେରୁଛନ୍ତି। ତେବେ ଏଥିପାଇଁ ସେମାନଙ୍କୁ ୪ ହଜାର ଟଙ୍କା ଲେଖାଏଁ ଦେବାକୁ ପଡ଼ିଛି।

ରାଜସ୍ଥାନର କୋଟା ଲ୍ୟାଣ୍ଡମାର୍କ ସିଟି ଓ ମହାବୀର ନଗର ଅଞ୍ଚଳରୁ ଏହି ବସ୍‌ ଆସୁଛି। ବସ୍‌କୁ ରାଉରକେଲାରେ ପହଞ୍ଚିବାକୁ ୩୦ ଘଣ୍ଟା ସମୟ ଲାଗିବ। ବସ୍‌ଗୁଡ଼ିକ ମଧ୍ୟପ୍ରଦେଶ, ଛତିଶଗଡ଼ ରାଜ୍ୟ ଦେଇ ଓଡ଼ିଶା ଆସିବ ବୋଲି କୁହାଯାଇଛି।

Comment