ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ଯାଜପୁର ଜିଲ୍ଲାର। ଆକ୍ରାନ୍ତ ଜଣକ ଯାଜପୁର ବାସୁଦେବପୁରର ୩୫ ବର୍ଷିୟ ଜଣେ ମହିଳା। ଆଜି ଗୋଟିଏ ଦିନରେ ଯାଜପୁରରୁ ୪ ପଜିଟିଭ୍‌ ଚିହ୍ନଟ ହେଲେଣି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ।

ଆଜିର ୪ କରୋନା ଆକ୍ରାନ୍ତଙ୍କ ମିଶାଇ ଯାଜପୁରରେ ମୋଟ୍‌ ୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେବଳ ଯାଜପୁର ନୁହେଁ ଆଜି ବାଲେଶ୍ଵରରୁ ଜଣେ ଓ ବଲାଙ୍ଗିରରୁ ୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ରାଜ୍ୟରେ ଗୋଟିଏ ଦିନରେ ୭ ପଜିଟିଭ୍‌ କେସ୍‌ ସାମ୍ନାକୁ ଆସିଛି।

ଏହାସହ ରାଜ୍ୟରେ ବର୍ତ୍ତମାନ ୧୪୯ରେ ପହଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସେହିପରି ଆଜି ରାଜ୍ୟରେ ୧୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ରାଜ୍ୟରେ ୯୩ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

Comment