ଓଡ଼ିଶାଲାଇଭ୍‌ ବ୍ୟୁରୋ

Pool side view of Swosti CHilika resort near Chilika Lagoon, Ganjam, Odisha

  • କରୋନା ଯୋଗୁଁ ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ କ୍ଷତିଗ୍ରସ୍ତ
  • ହୋଟେଲ ଶିଳ୍ପକୁ ବଞ୍ଚାଇ ରଖିବା ପାଇଁ ଆଜି ହେବ ମାନସମନ୍ଥନ
  • ସିଆଇଆଇ ପକ୍ଷରୁ ଆଜି ସନ୍ଧ୍ୟା ୭ଟାରେ ‘ୱେବିନାର୍‌’
  • ଦୁଇ ଘଣ୍ଟା ଧରି ଚାଲିବ ଆଲୋଚନା
  • ହୋଟେଲିୟର, ଟୁର୍‌ ଅପରେଟର ଏବଂ ବିଶେଷଜ୍ଞମାନେ ହେବେ ସାମିଲ
  • ଓଡ଼ିଶାଲାଇଭ୍‌ ୟୁଟ୍ୟୁବ ଓ ଫେସ୍‌ବୁକ୍‌ରେ ଦେଖନ୍ତୁ ସିଧାପ୍ରସାରଣ

କରୋନା ସଙ୍କଟ ବେଳେ ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି। ଏହି ସଙ୍କଟକୁ ହୋଟେଲ ଶିଳ୍ପ କେମିତି ମୁକାବିଲା କରିବ ସେନେଇ କନଫେଡେରସନ୍‌ ଅଫ୍ ଇଣ୍ଡିଆନ୍‌ ଇଣ୍ଡଷ୍ଟ୍ରୀ (ସିଆଇଆଇ) ପକ୍ଷରୁ ଆଜି ଏକ ‘ୱେବିନାର’ ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ହୋଟେଲ ମାଲିକ, ଟୁର୍‌ ଅପରେଟର୍‌ମାନେ ଯୋଗ ଦେଇ ମାନସମନ୍ଥନ କରିବେ।

ହୋଟେଲ ଏବଂ ପର୍ଯ୍ୟଟନ ଶିଳ୍ପକୁ କିପରି କରୋନା ସଙ୍କଟରୁ ରକ୍ଷା କରାଯାଇପାରିବ ସେନେଇ ଆଲୋଚନା ହେବ। https://www.webex.co.in/ ସାଇଟ୍‌ରେ ଏହି ‘ୱେବିନାର୍‌’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ‘ୱେବିନାର’ରେ ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ ସହ ଜଡ଼ିତ ବିଭିନ୍ନ ସଂସ୍ଥାର ପ୍ରତିନିଧି, ପ୍ରଫେସନାଲ ଏବଂ ବିଶେଷଜ୍ଞମାନେ ଯୋଗ ଦେଉଛନ୍ତି। ଏହି ‘ୱେବିନାର’କୁ ଆହୁରି ବ୍ୟାପକ କରିବା ପାଇଁ ଅନ୍ୟମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଓଡ଼ିଶାଲାଇଭ୍‌ରେ ଏହାର ସିଧାପ୍ରସାରଣ କରାଯିବ।

ଆଜି ସନ୍ଧ୍ୟା ୭ଟାରୁ ରାତି ୯ଟା ଯାଏଁ ‘ୱେବିନାର୍‌’ ଚାଲିବ। ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍‌ You Tube/OdishaLIVE ଏବଂ ଫେସ୍‌ବୁକ୍‌ Facebook/OdishaLIVE ରେ ସିଧାପ୍ରାସାରଣ କରାଯିବ।

ଏହି ୱେବିନାରରେ ହୋଟେଲ ଓ ପର୍ଯ୍ୟଟନ ଶିଳ୍ପର ବିଶେଷଜ୍ଞମାନେ ସାମିଲ ହୋଇ ନିଜର ମତ ରଖିବେ। ଏଥିରେ ହୋଟେଲ ସ୍ୱସ୍ତି ଗ୍ରୁପ୍‌ର ଅଧ୍ୟକ୍ଷ ଜେ କେ ମହାନ୍ତି, ମେ’ ଫେୟାର ହୋଲେ ଆଣ୍ଡ ରିସୋର୍ଟ ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୌଭାଗ୍ୟ ମହାପାତ୍ର, ହୋଟେଲ କ୍ରାଉନର ନିର୍ଦ୍ଦେଶକ ତଥା ଡାଲ୍‌ମା ଚେନ୍‌ର ପ୍ରତିଷ୍ଠାତା ଦେବୁ ପଟ୍ଟନାୟକ, କେଶରୀ ଟୁରସ୍‌ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଶୈଳେଶ ପାଟିଲ, ଲେମନ ଟ୍ରି ହୋଟେଲର ଡେପୁଟି ପରିଚାଳନା ନିର୍ଦ୍ଦେଶକ ରତନ କେସୱାନି, ଡୋମେଷ୍ଟିକ୍‌ ଟୁର୍ ଅପରେଟର ଅଫ୍‌ ଇଣ୍ଡିଆର ସଭାପତି ପି ପି ଖନ୍ନା ଉପସ୍ଥିତ ରହିବେ।

swosti chilika reasortସେହିପରି ଏୟାର ଏସିଆ ଇଣ୍ଡିଆର ଜେନେରାଲ ମ୍ୟାନେଜର ସୁରେଶ ନାୟର, ଡେଭଲପମେଣ୍ଟ ଆଟ୍‌ ଦ ଇଣ୍ଡିଆନ୍‌ ହୋଟେଲ୍‌ସ କମ୍ପାନି ଲିମିଟେଡ୍‌ର ସୁମା ଭେଙ୍କଟେସ୍‌, ଇଣ୍ଟର ଗ୍ଲୋବ୍‌ ହୋଟେଲ୍‌ସର ସଭାପତି ତଥା ସିଇଓ ଜେ ବି ସିଂହ, ଏକତାର ଚାର୍ଟର ମେମ୍ବର ଚଣ୍ଡୀ ପଟ୍ଟନାୟକ ଏବଂ ଡେଷ୍ଟିନେସନ ଇଣ୍ଡିଆ ମାଗାଜିନ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ନବୀନ ବେରି ମଧ୍ୟ ସାମିଲ ହେବେ।

ଏଥିରେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗ ଦେବେ। ସେ ସରକାରଙ୍କ ଅଭିମୁଖ୍ୟ ସମ୍ପର୍କରେ ମତ ରଖିବେ। ଡେଷ୍ଟିନେସନ ଇଣ୍ଡିଆ ମାଗାଜିନ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ନବୀନ ବେରି ‘ୱେବିନାର’ କାର୍ଯ୍ୟକ୍ରମ ସଂଚାଳନ କରିବେ।

ଭାରତର ଜିଡିପି ଅଭିବୃଦ୍ଧି ହାରରେ ହୋଟେଲ ଏବଂ ପର୍ଯ୍ୟଟନ ଶିଳ୍ପର ପ୍ରମୁଖ ଭାଗ ରହିଛି। ଏହାସହ ଭାରତରେ ଏହି ଶିଳ୍ପରେ ଅଧିକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିଥାଏ। ହେଲେ କରୋନା ସଂକ୍ରମଣ ରୋକିବା ପାଇଁ ସାରା ଦେଶରେ ଯେଉଁ ଲକ୍‌ଡାଉନ୍‌ ନିୟମ ଲାଗୁ କରାଯାଇଛି ଏଥିରେ ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ କ୍ଷତିଗ୍ରସ୍ତ ହୋଇଛି।

କରୋନା ସଙ୍କଟକୁ ମୁକାବିଲା କରି ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ କେମିତି ବଞ୍ଚି ରହିବ ଏବଂ ଆଗାମୀ ଦିନରେ କିପରି ସ୍ଥିତି ସ୍ୱାଭାବିକ ହେବ ସେନେଇ ଏହି ‘ୱେବିନାର’ ଆୟୋଜନ କରାଯାଉଛି।

Comment