ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ୍‌ରେ ପୁଣି ଖୋଲିଲା ଫୁଡ୍‌ ମାର୍କେଟ। ଯେଉଁଠି ମିଳେ ବିଛା, ସେଣ୍ଟିପେଡିସ୍‌, ଓକ୍ଟୋପସ୍‌ ଓ ଅନ୍ୟାନ୍ୟ କୀଟ ଖାଦ୍ୟ। କରୋନା ଯୋଗୁଁ ଏହାକୁ ଜାନୁଆରି ଶେଷରେ ବନ୍ଦ କରି ଦିଆଯାଇଥିଲା। ବର୍ତ୍ତମାନ ୭୦ ଦିନ ପରେ ପୁଣି ଏହାକୁ ଖୋଲାଯାଇଛି। ତଥାପି ଏହି ମାର୍କେଟରେ କଟକଣା ଜାରି ରହିଛି।

ଏହି ମାର୍କେଟରେ ଗୋଟିଏ ଦିନରେ କେବଳ ୩ହଜାର ଲୋକ ଏହି ମାର୍କେଟରେ ପ୍ରବେଶ କରିପାରିବେ। ଏହି ମାର୍କେଟ ଚୀନ୍‌ର ଗୁଆନିସଠାରେ ଅବସ୍ଥିତ। ଏହା ଜୋଗାନସାନ୍‌ ରୋଡ୍‌ ଫୁଡ୍‌ ମାର୍କେଟ ଭାବେ ପରିଚିତ। ସାଧାରଣ ଦିନରେ ପର୍ଯ୍ୟଟକମାନେ ଏଠାକୁ ଆସନ୍ତି। ଏହା ଉହାନଠାରୁ ୧,୩୫୦ କିଲୋମିଟର ଦୂରରେ ରହିଛି।

ଏହି ମାର୍କେଟ କେବଳ ସନ୍ଧ୍ୟାରେ ଆରମ୍ଭ ହୁଏ। ଏଠାରେ ଏମିତି ସ୍ନାକ୍ସ ମିଳିଥାଏ, ଯାହାକି ଦୁନିଆର କୌଣସି ସ୍ଥାନରେ ମିଳି ନଥାଏ। ଏଠାରେ ବିଭିନ୍ନ କୀଟନାଶକ ଖାଦ୍ୟ ବିକ୍ରି କରାଯାଉଛି। ଚାଇନାର ସରକାରୀ ଗଣ ମାଧ୍ୟମରେ ଏହି ମାର୍କେଟର ଚିତ୍ର ଦେଖାଯାଇଛି।

Comment