ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରରେ ୪୭ କରୋନା ରୋଗୀ, ଯାଜପୁରରେ ୪୮।

କରୋନା ଆକ୍ରାନ୍ତରେ ଖୋର୍ଦ୍ଧା ଜିଲ୍ଲାକୁ ଟପିଗଲା ଯାଜପୁର। ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱରରେ ୪୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଯାଜପୁରରେ ଏହି ସଂଖ୍ୟା ୪୮ରେ ପହଞ୍ଚିଛି। ଆଜି ଗୋଟିଏ ଦିନରେ ୮ ଆକ୍ରାନ୍ତ ଚିହ୍ନଟ ହେବାରୁ ଭୁବନେଶ୍ୱରକୁ ଟପିଛି ଯାଜପୁର। ଫଳରେ ଯାଜପୁର ଏବେ ଓଡ଼ିଶାର ହଟ୍‌ସ୍ପଟ୍‌ ଜୋନ୍‌ ନମ୍ବର ୧ରେ ରହିଛି।

ଗତ ୧୫ ଦିନ ଭିତରେ ଭୁବନେଶ୍ୱରରୁ ମାତ୍ର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହେଲେ ଯାଜପୁରରେ ଗତ ୭ ଦିନ ହେଲା ପ୍ରତିଦିନ ୫ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ପଶ୍ଚିମବଙ୍ଗ ଫେରନ୍ତାଙ୍କଠାରୁ ଏହି ଭୂତାଣୁ ଚିହ୍ନଟ ହେଉଛି। ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୭ରେ ପହଞ୍ଚିଛି।

ଭୁବନେଶ୍ୱରରେ ୪୭ ଆକ୍ରାନ୍ତଙ୍କ ଭିତରୁ ୩୧ ଜଣ ସୁସ୍ଥ ହେଲେଣି। ଫଳରେ ଭୁବନେଶ୍ୱର ଏବେ ଅରେଞ୍ଜ ଜୋନରେ ରହିଛି।

ଫୋକସ୍‌ରେ କଟିକଟା ପଞ୍ଚାୟତ

ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ଏହି ଜିଲ୍ଲା ରେଡ୍‌ ଜୋନ୍‌ରେ ରହିଛି। ଏହି ଜିଲ୍ଲାର କଟିକଟା ପଞ୍ଚାୟତ ନୂଆ ହଟସ୍ପଟ ଅଞ୍ଚଳ ଭାବେ ଚିହ୍ନଟ ହୋଇଛଇ। ଏହି ପଞ୍ଚାୟତରୁ ବର୍ତ୍ତମାନସୁଦ୍ଧା ୨୧ ଜଣଙ୍କ ନମୁନା ପଜିଟିଭ୍‌ ଆସିଛି। ପଶ୍ଚିମବଙ୍ଗରୁ ଆସିଥିବା ୫ ଜଣଙ୍କଠାରୁ ସଂକ୍ରମଣ ବଢ଼ି ଚାଲିଛି।

Comment